Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prabhati Mahapatra

Classics Inspirational Others

4  

Prabhati Mahapatra

Classics Inspirational Others

ମୋର ଡାକୁଛି ମନ

ମୋର ଡାକୁଛି ମନ

1 min
252



ମୋର ଡାକୁଛି ମନ (ଘୋଷା)

କରେ ମା ଦର୍ଶନ

ଶ୍ରୀକ୍ଷେତ୍ରରେ ବିମଳା

କାକଟରେ ମଙ୍ଗଳା

ପାର୍ବଣରେ ଗଉରୀ ଉମା ରତନ ।

ମୋର ଡାକୁଛି ମନ.....

ପୁଅ ମୋର ଆଣିଛି ଲୋ 

ପାଟ ପତନି

ନାଲି ନାଲି ଦିଶିବୁ ଲୋ 

ତୁହି ଭବାନୀ

ଚଉଦିଗେ ଉଡିବ ଲୋ 

ତୋ ଗୁଣ ଗାନ ।

ମୋର ଡାକୁଛି ମନ......

ବୀରଙ୍ଗନା ରୂପେ ଯେବେ

ସିଂହ ଉପରେ

ଆସିବୁ ଲୋ ମା ତୁହି

ଗର୍ବ ଦର୍ପରେ

ପାଦ ତଳେ ରଖି ଦେବି 

ଏ ମନ ପ୍ରାଣ ।

ମୋର ଡାକୁଛି ମନ ......

ଝାମୁ ଯାତ ଦେଖି ତୋର

ହେଉ ମରଣ

ତୋର ନାମ ତୁଣ୍ଡେ ଧରି

ଯାଏ ଶ୍ମଶାନ 

ଦୁଇ ପଟ ନାଲି ଚୁଡି

କରିବୁ ଦାନ ।

ମୋର ଡାକୁଛି ମନ .......

ଜଳୁ ଥିବା ହୋମ ଘୃତ

ଭକତ ଘେରି

ଢାଳୁ ଥିବୁ ଆଶୀର୍ବାଦ

ଯେସନେ ବାରି

ମୋ ଜୁଇ ଜଳନ୍ତା କି ତୋ

ଅଷ୍ଟମୀ ଦିନ ।

ମୋର ଡାକୁଛି ମନ .......

ମିଛ ମାୟା ସଂସାର ଏ

ସବୁ ତ ଶୁନ୍ୟ

କିଏ କରେ ଧର୍ମ ପୁଣି

କିଏ ଅଧର୍ମ

ଅସତ୍ୟ ବୃକ୍ଷେ ଫୁଟଇ

ବିଷ କୁସୁମ ।

ମୋର ଡାକୁଛି ମନ .......

ସବୁ ସୁଖ ସବୁ ଶାନ୍ତି

ତୋହରି ଠାରେ

ଯେତେ ଦିନ ରଖି ଥିବୁ

କରୁଣା କରେ 

ସରି ଯିବ ସବୁ ଖେଳ

ନାହିଁ ମୋ କାମ ।

ମୋର ଡାକୁଛି ମନ ......


Rate this content
Log in