STORYMIRROR

Sukadev Mahanta

Abstract Classics

4  

Sukadev Mahanta

Abstract Classics

ଜୟ ମାଆ ଦୂର୍ଗା

ଜୟ ମାଆ ଦୂର୍ଗା

1 min
245

କାମତାପୁରରେ ମାଆ କାମାକ୍ଷା 

କାଳୀଘାଟ କାଳୀ କର ମା ରକ୍ଷା ||

 କଟକରେ ମାଆ କଟକ ଚଣ୍ଡୀ

 ବାଙ୍କୀରେ ଚର୍ଚ୍ଚିକା ମହିମା ମଣ୍ଡୀ ||

ବାଣପୁରେ ପୂଜିତା ଭଗବତୀ 

ହ୍ରଦେ କାଳଜାଈ ଟାଳି ବିପତ୍ତି ||

ସମ୍ବଲପୁରରେ ସୋମଲେଶ୍ବରୀ 

ମାଆ ବିମଳାଙ୍କ କୃପାରେ ପୁରୀ ||

କାକଟପୁରରେ ମଙ୍ଗଳା ମାତା 

ଯାଜପୁରେ ମା' ବିରଜା ପୂଜିତା ||

ଭଦ୍ରଖରେ ମା' ଭଦ୍ର କାଳୀ ସାହା 

ଘଟଗାଁ ବାସିନୀ ତାରିଣୀ ମାଆ ||

ମୟୂର ଭଞ୍ଜରେ କୀଚକେଶ୍ବରୀ 

ଗଞ୍ଜାମେ ତାରା ତାରିଣୀ ବିହରି||

 ଝଙ୍କଡ ଗ୍ରାମରେ ମାଆ ସାରଳା 

ତାଳଚେର ଠାରେ ମାଆ ହିଙ୍ଗୁଳା ||

ଶରତରେ ଶାରଦୀୟ ଦଶରା 

ମାଆ ଦୁର୍ଗାଙ୍କ ମେଢର ପସରା||

କଟକର ପ୍ରସିଦ୍ଧ ଦହିବରା

ଖାଇ ଦେଖ ଭାଇ ଭସାଣି ଯାତ୍ରା||

 ଅକାଳେ ଆସିଛି ମହା ବିପତ୍ତି

 ମା ଦୁର୍ଗା ଆମକୁ ଦିଅ ଶକତି ||

ତୁମ ଚରଣରେ ଏହି ମିନତି 

ମହାମାରୀ ଶିଘ୍ର ଯାଉ ଗୋ ହଟି ||

ଭୁଲ୍ ଥିଲେ ମାତା କ୍ଷମା କରିବ 

ସନ୍ତାନେ ଘଣ୍ଟ ଘୋଡାଇ ରଖିବ||


ଆସ ମାତା ମର୍ତ୍ତ୍ୟ ପୁରକୁ ଆମ 

କରୋନା ଦୈତ୍ୟର ନିଧନ କାମ୍ୟ|| 

ହେ ମାଆ ଦୁର୍ଗା ଶକ୍ତି ସ୍ବରୂପିଣୀ 

ଶୁଣ ପୃଥିବୀର ଦୁଃଖ କାହଣୀ ||

ବିଜୟା ଦଶମୀ ହେଲା ନିକଟ 

ବଢି ଚାଲିଅଛି ଆମ ସଙ୍କଟ ||

ଅସତ୍ୟ ଉପରେ ସତ୍ୟର ଜୟ

 ନ୍ୟାୟ ହାତେ ହାରିଯାଉ ଅନ୍ୟାୟ ||

ମାତୃରୂପରେ ହୋଇଣ ସଂସ୍ଥିତା 

ଶକ୍ତି ରୂପେ ସର୍ବଭୁତେ ସଂସ୍ଥିତା ||

ମା' ଦୁର୍ଗା ତୁମେ ଦୁର୍ଗତି ନାଶିନୀ 

ପ୍ରଣାମ ଘେନ ପତିତ ପାବନୀ ||

କରେ ମୁହିଁ ତୁମ ଆଶିଷ ଭିକ୍ଷା

 ସାରା ଜଗତର କର ସୁରକ୍ଷା ||


Rate this content
Log in

Similar oriya poem from Abstract