STORYMIRROR

Satyabati Swain

Classics

4  

Satyabati Swain

Classics

ବଡ଼ ଯାଦୁକର

ବଡ଼ ଯାଦୁକର

1 min
201


ଆଖି ବୁଜି ଦେଲେ ତୋହରି ଛବି

କଲମ ଧରିଲେ କରୁ ତୁ କବି,

ନିଦରେ ସପନ,

ସପନେ ଜୀବନ

ତୁ ରେ କଳା ଜହ୍ନ!

ଆଶା ଆକାଶର ବିଶ୍ୱାସ ରବି।


କରମ କ୍ଷେତ୍ରରେ କର୍ତ୍ତବ୍ୟ ତୁହି

ଜୀବନେ ସମ୍ପର୍କ ନାମକୁ ବହି,

ଆବେଗେ ଅନୁରାଗ,

ଅନୁରାଗେ ସରାଗ,

ରେ କଳା ଚଢେଇ!

ବନ୍ଧ୍ୟା ଭୁଇଁରେ ଫୁଲଟେ ତୁହି।


ଆତ୍ମା କନ୍ଦରରେ ତୋର ନିବାସ

ଅନ୍ଧାର ରାତିର ଦିବ୍ୟ ପ୍ରକାଶ,

ଜଗତ କଣ୍ଢେଇ,

କଣ୍ଢେଇର ସୂତା,

ଆରେ କଳା ଦିଅଁ!

ହାତେ ଧରି କରୁ ପ୍ରାଣୀଙ୍କୁ ବଶ।


ବିଶ୍ୱନିଆନ୍ତା ତୁ ବଡ଼ ଯାଦୁକର

ମାୟା ମୋହେ ଜୀବେ ନିଶାଡି କର,

ଟଳମଳ ପାଦ,

ସୁନାର ହରିଣ,

ରେ ରଙ୍ଗା ଅଧର!

ମିଛ ସୁଖ ପଛେ ଗୋଡ଼ାଇ ମାର।


ନିଃଶ୍ବାସ ବିଶ୍ୱାସ ସୁଖ ଓ ଦୁଃଖ

ହର୍ତ୍ତାକର୍ତ୍ତା ତୁ ରେ କଳା ଶ୍ରୀମୁଖ,

ଆନନ୍ଦ ଅଗଣା,

ଶେଷ ଠିକଣା,

ଆରେ ଚକା ଆଖି!

ସମସ୍ତ ଜୀବର ଭିକ ଓ ଭେକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics