STORYMIRROR

Prabhati Mahapatra

Classics Others

4  

Prabhati Mahapatra

Classics Others

ମନୋବାଂଛା ପୁରଣ କର

ମନୋବାଂଛା ପୁରଣ କର

1 min
229


ମନୋବାଂଛା ପୂର୍ଣ୍ଣକର

ମା' ଲୋ ମନୋବାଂଛା ପୂର୍ଣ୍ଣ କର (ଘୋଷା)

ଆଣିଛି ତୋ ପାଇଁ

ପୂଜାର ସଂଭାର l (ଘୋଷା)

ସିନ୍ଦୂର ସାଂଗରେ ଫୁଲର ହାର

ମନୋବାଂଛା ପୂର୍ଣ୍ଣକର ......l

ମନେ ତୋର ଅଛି କି ନାହିଁ

ଆଜି ମୁହିଁ ଦେଉଛି କହି

ମନାସି ଥିଲି ମୁଁ ଯାହା ଘରେ ଯିବି

କରି ନେବ ମୋତେ ଅତି ନିଜର 

ମନୋବାଂଛା ପୂରଣ କର ......l

ଯିଏ ମୋର ପତି ହୋଇବେ

ସ୍ନେହ ଦେଇ ବାନ୍ଧି ରଖିବେ

ପବିତ୍ର ବନ୍ଧନେ ଦିନ ରାତି ଯିବ

ଘର ହେବ ମୋର ସରଗ ପୁର

ମନୋବାଂଛା ପୂରଣ କର ......l

କୋଳେ ଦେବୁ କୁଳ ପ୍ରଦୀପ

ଦୂରେ ଯିବ ମନ ସନ୍ତାପ

ପୂର୍ଣ୍ଣ ଚନ୍ଦ୍ର ପରି ବଢୁ ଥିବ ସିଏ

ମାତୃତ୍ଵ ଗଳାରେ ସେନେହ ହାର

ମନୋବାଂଛା ପୂରଣ କର ......l

ତୋର ପାଦେ କରେ ଗୁହାରି

ସୁଖେ ରଖ ଉମା ଗଉରୀ

ବେନି କୁଳେ ମୋର ଶାନ୍ତି ରହି ଥାଉ

ଆଉ କିଛି ନାହିଁ ମନରେ ମୋର

ମନୋବାଂଛା ପୂରଣ କର .......l

ଭାଗ୍ୟେ ଦେବୁ କନ୍ୟା ରତନ

ଧନ ଲକ୍ଷ୍ମୀ ଶୋଭା ବର୍ଦ୍ଧନ

ମୁଠାଏ ପଖାଳ ମିଳୁ ଥାଉ ନିତି

ଲୋଡା ନାହିଁ ମୋର ଐଶ୍ଵର୍ଯ୍ୟ ଭାର 

ମନୋବାଂଛା ପୂରଣ କର ......l

ଅନ୍ଧକାରେ ଚାଲିଲା ବେଳେ

ବିପଦରେ ଦେଖିବୁ ଡୋଳେ

ଝୁଣ୍ଟି ପଡି ଗଲେ ଉଦ୍ଧାରିବୁ ମୋତେ

ଏତିକି ମିନତି ପାଦେ ତୋହର

ମନୋବାଂଛା ପୂରଣ କର ....ll







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics