ମଗନ ନିଦ୍ରା ..............
ମଗନ ନିଦ୍ରା ..............
ତୋର ହସରେ ଉଷାର ରାଗ
ତୋର ଲୁହରେ ରାତ୍ରୀର ତନ୍ଦ୍ରା
ତୋର ଭାଷାରେ ପ୍ରାଣର ମୋହ
ତୋର ଆଖିରେ ସପନ ଅଧା l
ଉଷାର ରାଗରେ ରଂଗାଇଲୁ ମୋତେ
ତନ୍ଦ୍ରାର ଜାଲରେ ଆଛନ୍ନ କଲୁ
ମୋହିନୀ ମୋହରେ ଛନ୍ଦିଲୁ ମୋତେ
ସପନ ସାଗରରେ ଭସାଇଲୁ l
ମହ୍ଲାର ରାଗେ ମୋହିତ କଲେ ବି
ମୋହ ସବୁ ତଥାପି ରହିଛି ଅଧା l
ପହିଲି ବେଳାର କାକଳି ସିନା
ଆଉ ଶୁଭେନାଇଁ ଶୁଭେନାଇଁ
ପ୍ରଥମ ରାତ୍ରୀର ବିଜଡିତ ତନ୍ଦ୍ରା
ଆଉ ତୁଟେନାହିଁ ତୁଟେନାହିଁ l
ଦେଖି ମୁଁ ଚାଲିଛି
ସେ ଅଧା ସପନ
ତୁଟିନି ମଗନ ନିଦ୍ରା
ତୋର ହସରେ ଉଷାର ରାଗ
ତୋର ଲୁହରେ ରାତ୍ରୀର ତନ୍ଦ୍ରା l
