ମେଘନାଦ ପାଚେରୀ
ମେଘନାଦ ପାଚେରୀ
ନୀଳାଚଳ ବାସୀ ନୀଳାଚଳିଆ
ପ୍ରଭୁ ଭାବଗ୍ରାହୀ ଜଗା କାଳିଆ
ନୀଳ କନ୍ଦରରେ ରହିଛ ତୁମେ
ଷାଠିଏ ପଉଟି ଭୁଞ୍ଜୁଛ ତୁମେ ||
ବରୁଣ କନ୍ୟା କୁ କରି ବିବାହ
ମନରେ ତୁମର ରଖିଲ କୋହ
ସମୁଦ୍ର ଗର୍ଜନ ଶବଦ କାନେ
ବାର ବାର ଶୁଭେ ଅସ୍ଥିର ମନେ ||
ବଡ ଦେଉଳରେ ସୁଖ ନିଦ୍ରା ପାଇଁ
ସୁରକ୍ଷା ବଳୟ ରଚିଲସାଇଁ
ସେ ପାଇଁ ତୋଳିଲ ବଡ଼ ପ୍ରାଚୀର
ମେଘନାଦ ହେଲା ନାମଟି ତାର ||
ଦୁଇଟି ଘେରାରେ ତିଆରି ହେଲା
କୁର୍ମ ମେଘନାଦ ନାମ ବହିଲା
ଚାରି ଦିଗେ ଶୋଭେ ଚାରୋଟି ଦ୍ୱାର
ସିଂହ ବାଘ ହସ୍ତୀ ଅଶ୍ୱ ପ୍ରାଣୀର ||
ବଡ଼ ଦେଉଳର ସୁରକ୍ଷା ବଳୟ
ଇତିହାସ ଲେଖେ ତାର ବିଜୟ
ଶ୍ୱଶୁରଙ୍କ ମାନ ମହତ ଲାଗି
ପ୍ରଭାତରେ ହୁଏ ଆଳତୀ ଲାଗି ||
ଗୁରୁଜନେ ଦେଇ ମାନ ସମ୍ମାନ
ରଖିଲେ ପ୍ରଭୁ ଯେ ତାଙ୍କରି ମାନ
ଜଗନ୍ନାଥ ବିନା ନାହିଁ ଗତି ମୁକ୍ତି
ମେଘନାଦ ଅଟେ ତାଙ୍କରି ଶକ୍ତି ||