STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମେଘା ଦାସ

ମେଘା ଦାସ

1 min
8


ମେଘା ଦାସ ଆଖିରେ ସେ ଚମକ 

ହଷ୍ଟେଲ ରୁମରୁ ରୁମକୁ ତା ମହକ 

ଏବେ ଜାଗାଏ ପୁଲକ 

ତା ଆଖିର ନୀଳ ଶାମୁକାରେ ସ୍ବପ୍ନ 

ତା କବରୀର ରଜନୀଗନ୍ଧାର ଉଷ୍ମ 

ତା ପଣତର ମହୁଲି ବାସ୍ନାରେ କୁସୁମ 

ପ୍ରାୟେ ଆସୁଥିଲା 

ଠିକଣା ନଥିଲା 

କାହାକୁ ଗେଲ କରୁଥିଲା 

କାହାକୁ ଫୁଲ ଦେଉଥିଲା 

ପୁଣି ଚାଲି ଯାଉଥିଲା 

ତା ଆସିବା ବାଟ ଚାହିଁ ଚାହିଁ 

ଆଖି ବଦନାମ ହୋଇ ଲୁହ ଯଦିଓ ବହିନାହିଁ 

ହସରୁ ମଲ୍ଲୀ ବି ଫୁଟିନାହିଁ 

କିନ୍ତୁ ସେ ଆସିଲେ ଉକୁଟେ ହସ 

ପୁଣି ଥଟ୍ଟା ପରିହାସ 

ବେଳେ ବେଳେ ଜନ୍ମେ ତ୍ରାସ 

ଆଜି କଲେଜ ନାହିଁ

ମେଘା ଦାସ ରହିଛି ଚେଇଁ 

ସେଇ ଅନ୍ଧାର ଅମାବାସ୍ୟା ଜହ୍ନ ହୋଇ 

ଆଲୁଅରେ ନିଜ ଛାଇ ହୋଇ 

ସେ କୁଆଡେ ଏବେ ମେଘା ଦାସରୁ

 ମେଘ ଦାସ ଯାଇଛି ହୋଇ କହୁଛନ୍ତି କେହି କେହି 

କେମିତି ହେଲା 

ତା ଦେହରେ ବରଷା କି ଦାଗ ଦେଇଗଲା 

ବଡନାମ ଗଳିର ବେପରୁଆ ବାଦଶାହା ହେଇଗଲା 

ଅପରେସନ ହେଇ ମେଘାରୁ ମେଘ ହେଇଗଲା 

 ଆଗରୁ ସେ ଝିଅ ନା ପୁଅ ସନ୍ଦେହ ଆସୁଥିଲା 

ରଥ ଘିଡ଼ି ଘିଡ଼ି ଗଡ଼ିବା ଭିତରେ 

ପ୍ରଭୁହେ ମେଘା ହେଉ ଅବା ମେଘ 

ତାକୁ ଭଲରେ ରଖ ଦୀନବନ୍ଧୁ କେହି କହୁଥିଲା 

ଯା ହେଉ ମେଘା ଦାସ ମୁକ୍ତି ପାଇ 

ମେଘ ଦାସ ହୋଇ 

ଆଉ ଝାମେଲା ନଥିଲା ।


Rate this content
Log in

Similar oriya poem from Abstract