Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance

4  

Baman Chandra Dixit

Romance

ମେଘ ତୁମେ

ମେଘ ତୁମେ

1 min
262



ଯେବେ ଯେଉଁ ଆଡେ ଚାହିଁ ଦେଖୁଛି ମୁଁ

ତୁମେ ହିଁ ତୁମେ ତ ଦିଶୁଛ।

ଖୋଲା ଆକାଶ ର ଚଲା ପବନ ରେ

ମଧୁର ମଧୁର ହସୁଛ ।


ନିଦୁଆ ନିଦୁଆ ମେଘୁଆ ଆକାଶ

ଉଲୁରା କଅଁଳ କିରଣ ରୁ,

ଓଢଣୀକୁ ତୁମେ ଓଠରେ ଦବେଇ

ଲାଜେଇ ଲାଜେଇ ଚାହୁଁଛ ।


ଝିପି-ଝିପି ମେଘ ଟିପି-ଟିପି ପାଣି

ସତେକି ପୀରତି ଗୀତି

ତୁନି ତୁନି ତୁମେ ତୁମ ମନ କଥା

କାନେ କାନେ ମୋର କହୁଛ ।


କୋହଲା କୋହଲା ଚହଲା ପବନ

ହଲେଇ ଦେଉଛି ହିଆ

ମହୁଲିଆ ଛୁଆଁ ଛୁଏଁଇଁ ଛୁଏଁଇଁ

ଛାତି ଥରେଇ ଦେଉଛ ।


ଆକାଶକୁ ଚାହିଁ ଆଖି ମୁଦି ମୁଦି

ମେଘ ମୁହାଁ ହୋଇ ଯେବେ

ପିଉଥିଲି ତୁମ ଅଧର ର ଛୁଆଁ

ତୁମେ ଛିଟିକି ଯାଉଛ ।


Rate this content
Log in

Similar oriya poem from Romance