STORYMIRROR

Premalata Giri

Drama

3  

Premalata Giri

Drama

ମେଘ ମହ୍ଲାର

ମେଘ ମହ୍ଲାର

1 min
163


ସୁର ତାଳ ଲୟ ବେପଥୁ ବୀଥିକା

 ଝର ଝର ଯାଏ ବରଷି

ଆକାଶ ଛାତିରେ ପ୍ରଣୟ ବଲ୍ହରୀ

 ମେଘ ରାଜ୍ୟର ପ୍ରେୟସୀ। 


ସମ୍ୱେଦନ ସମର୍ପଣର ଭାବରେ

 ବାଦଲର ଭସାପ୍ରୀତି

ମହ୍ଲାର ରାଗରେ ହୃଦୟ ବିଳପେ

 ନାଚେ ମନର ମୟୂରୀ। 


ରାଗିଣୀଦୋଳିରେ ରାଗ ଫୁଟିଉଠେ

 ତାନସେନ୍ ସ୍ମୁତି ସାକ୍ଷୀ

ଚାରୁ ଚନ୍ଦ୍ରମୁଖୀ ଅଳସ ଭାଂଗଇ

 ଶ୍ରାବଣ ର ମୁଖ ଦେଖି। 


ବିରହ ବିଧୂର ରିମ୍ ଝିମ୍ ସ୍ୱର

 ଝରଝର ଯାଏ ବରଷି

ଭରଷାର ଆଶା ବିନ୍ଦୁ ବିନ୍ଦୁ ବର୍ଷା

ଖୋଜୁଥାଏ ମାଟି ତରସୀ। 


 ମହ୍ଲାରରେ ଇନ୍ଦ୍ର ଧନୁ ସାତରଂଗ 

  ସାତସ୍ୱରର ଆଭାରୀ

ସାତ ଦରିଆରେ କେତେ ପରିଭାଷା

 ସପନର ଚୋରାବାଲି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama