ମେଘ ମହ୍ଲାର
ମେଘ ମହ୍ଲାର
ସୁର ତାଳ ଲୟ ବେପଥୁ ବୀଥିକା
ଝର ଝର ଯାଏ ବରଷି
ଆକାଶ ଛାତିରେ ପ୍ରଣୟ ବଲ୍ହରୀ
ମେଘ ରାଜ୍ୟର ପ୍ରେୟସୀ।
ସମ୍ୱେଦନ ସମର୍ପଣର ଭାବରେ
ବାଦଲର ଭସାପ୍ରୀତି
ମହ୍ଲାର ରାଗରେ ହୃଦୟ ବିଳପେ
ନାଚେ ମନର ମୟୂରୀ।
ରାଗିଣୀଦୋଳିରେ ରାଗ ଫୁଟିଉଠେ
ତାନସେନ୍ ସ୍ମୁତି ସାକ୍ଷୀ
ଚାରୁ ଚନ୍ଦ୍ରମୁଖୀ ଅଳସ ଭାଂଗଇ
ଶ୍ରାବଣ ର ମୁଖ ଦେଖି।
ବିରହ ବିଧୂର ରିମ୍ ଝିମ୍ ସ୍ୱର
ଝରଝର ଯାଏ ବରଷି
ଭରଷାର ଆଶା ବିନ୍ଦୁ ବିନ୍ଦୁ ବର୍ଷା
ଖୋଜୁଥାଏ ମାଟି ତରସୀ।
ମହ୍ଲାରରେ ଇନ୍ଦ୍ର ଧନୁ ସାତରଂଗ
ସାତସ୍ୱରର ଆଭାରୀ
ସାତ ଦରିଆରେ କେତେ ପରିଭାଷା
ସପନର ଚୋରାବାଲି।