STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ମେଘ ଆଖିର ଲୁହ

ମେଘ ଆଖିର ଲୁହ

1 min
261

ମେଘ କହେ କିଛି ଅକୁହା କଥା

ମନ ତଳେ ରହିଯାଏ କିଛି ବ୍ଯଥା 

ତଥାପି ଏ ମନ ଖୋଜେ 

ଆଉ କ୍ଷଣେ ବହନ୍ତାକି ମଳୟ ମରୁତ 

ପ୍ରୀୟାକୁ ଲେଖା ମୋ ମନର କଥା 

ପଠେଇଦିଅନ୍ତି ପ୍ରୀତିପ୍ଳୁତ ଦରଦୀ ବାର୍ତ୍ତା ।


ଆଜି ମେଘ କାନ୍ଦୁଛି ଦେଖ ଗୋ ପ୍ରୀୟା

ପଚାରେ କିଏ, ତୁମ ଆଉ ମୋ କଥା

କାହାକୁ ଦେଖେଇବି ଏ ମନ ଗହ୍ବରର 

ଅସମାହିତ କ୍ଷତାକ୍ତ ଅବଦମିତ ବ୍ଯଥା?


ମେଘ ସିନା କହିପାରେନା 

ତା ହୃଦୟର କଥା

କିନ୍ତୁ ତା ପ୍ରୀୟା ଶ୍ରାବଣୀକୁ 

ଭିଜେଇଦିଏ ଢାଳିଦେଇ ତା ଆଖିର ଲୁହରେ

ତରଳ ଗହଳ ଅନାବିଳ ପ୍ରେମ ପ୍ରଣୟର 

ବିଳପିତ ମଧୁମୟ ଅନ୍ତର କଥା ।


ଆଉ ନାହିଁ ସେ ସ୍ବଛ୍ଛ ନିର୍ମଳ ପରିବେଶ 

ଯେଉଁଠୁ ଆପେ ଆପେ ବାଷ୍ପିଭୂତ ହେଉଥିଲା

ଆଞୁଳାଏ ପାଣିରୁ ବାଷ୍ପ ଅୟୂତ ଅୟୂତ,

ବହୁନାହିଁ ଆଉ ସେ ଅଳିଆ ମୁକ୍ତ 

ସୁନିର୍ମଳ ଉତ୍କୃଷ୍ଟ ମାନର ମରୁତ 

ଯିଏ ନେଇଆସିବ ମୁନ୍ଦାଏ ପାଣିରୁ 

ସହସ୍ରାଧିକ ପୂଞୀଭୂତ ପ୍ରଣୟ ବିଧୁରା ବାୟୁ ।


ସେହିମାନେ ତ ମୋ ଆୟ ଅବଧି 

ଜଳ, ବାୟୂ, ସୁସ୍ଥ ବାତାବରଣ 

ଯାହାଙ୍କର ଆସିବାର ଅଭିପ୍ରାୟେ 

ମୁଁ ହୁଏ ଇତଃସ୍ତତ ଅବା ବାନ୍ଧିନିଏ ସମା 

ବିନା ଗର୍ଜନ ତର୍ଜନରେ ବହିଯିବାକୁ 

ନକରି କେବେ ମନ ଉଣା। 


ମୋ ମୁକ୍ତିଦାତା ବର୍ଷାର ଇସାରାରେ 

ଅଳସି ନିଦ୍ରାରେ ଅପଲକ ନୟନରେ 

ଚାହିଁ ବସିଥିବା ଚାତକିର ଅଗଣାରେ,

ଅବା ପ୍ରତୀକ୍ଷିତ ଉଆଁସି କନ୍ଯା ପରି 

ଟାଙ୍ଗର ଭୂଇଁର ଖୋଲା ହୃଦୟରେ ।



Rate this content
Log in

Similar oriya poem from Romance