STORYMIRROR

Sambit Srikumar

Romance

3  

Sambit Srikumar

Romance

ମଦିରାକ୍ଷୀ

ମଦିରାକ୍ଷୀ

1 min
279

ଆଗେ ସଖି!

ତୁମ ଆଖି

ସମ୍ମୋହିନୀ

କୁହୁକିନୀ

ମାୟାବିନୀ

ସେ ମଦିରାକ୍ଷୀ!

ତୁମ ଆଖି

ମହୁଲି

ନହୁଲି

ନଶିଲି

ମତୁଆଲି

ସେ ମଦିରାକ୍ଷୀ!

ତୁମ ଆଖି

ପାନ କରି

ସୋମରସ

ପ୍ରେମରସ

କାମରସ

ପାଲଟିଛି

ସେ ମଦିରାକ୍ଷୀ!

ତୁମ ଆଖି

ମଦମତ୍ତ

ପ୍ରମତ୍ତ

ପ୍ରେମାସକ୍ତ

ମନକୁ କରେ

ମୋହଗ୍ରସ୍ତ

ସେ ମଦିରାକ୍ଷୀ!

ତୁମ ଆଖି

ନୀଳ ନୀଳ

ଢଳ ଢଳ

ଛଳ ଛଳ

ଖର ଚଞ୍ଚଳ

ଖଳ ଇସାରାରେ

ଭାଙ୍ଗିଦିଏ ସନ୍ନ୍ୟାସୀର

ସଂକଳ୍ପ ସକଳ

ସେ ମଦିରାକ୍ଷୀ!

ତୁମ ଆଖି

ମମତାର ମଧୁମତୀ

କାମନାର ମଧୁଶାଳା

ପ୍ରୀତିର ଚାରୁକଳା

ପ୍ରଣୟର ରଙ୍ଗଶାଳା

ସେ ମଦିରାକ୍ଷୀ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance