STORYMIRROR

Pradesh Pratyush

Romance

3  

Pradesh Pratyush

Romance

ମଧୁର ପ୍ରତାରଣା

ମଧୁର ପ୍ରତାରଣା

1 min
233

ତୁମ ପ୍ରଣୟର ଅଗଣାରେ ମୁଁ -

ହାତ ପାତି ଠିଆ ହୋଇଛି !

କୁହ ପ୍ରୀତି ଦେବ ନା ପାପ

ମୋହ ଦେବ ନା ସନ୍ତାପ ....


ମୋର ଲୋଡ଼ା ସେ ମୁହୂର୍ତ୍ତ -

ଯେଉଁଠି ତୁମେ 

ମରୀଚିକାର ବର୍ଣ୍ଣବୋଧ ...

ମୁଁ ଏକ ଅତୃପ୍ତ

କାମନାର ଶବ୍ଦକୋଷ ...!


ତୁମେ ମୋତେ ବଦ୍ଧ କର

ଅବା ସିଦ୍ଧ କର

ମତ୍ତ କରି କି

ମିତ କର

ଏ ମଧୁର ପ୍ରତାରଣା ବି ତୁମର

ସୁମଧୁର ବଂଶୀ ସୁର ।


ହସି ହସି ପିଉଥିବି

ବିରହର ବିଷ

ଛାଡ଼ିବା ଯାଏ ଶେଷ ନିଃଶ୍ୱାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance