ମଧୁର ପ୍ରତାରଣା
ମଧୁର ପ୍ରତାରଣା
ତୁମ ପ୍ରଣୟର ଅଗଣାରେ ମୁଁ -
ହାତ ପାତି ଠିଆ ହୋଇଛି !
କୁହ ପ୍ରୀତି ଦେବ ନା ପାପ
ମୋହ ଦେବ ନା ସନ୍ତାପ ....
ମୋର ଲୋଡ଼ା ସେ ମୁହୂର୍ତ୍ତ -
ଯେଉଁଠି ତୁମେ
ମରୀଚିକାର ବର୍ଣ୍ଣବୋଧ ...
ମୁଁ ଏକ ଅତୃପ୍ତ
କାମନାର ଶବ୍ଦକୋଷ ...!
ତୁମେ ମୋତେ ବଦ୍ଧ କର
ଅବା ସିଦ୍ଧ କର
ମତ୍ତ କରି କି
ମିତ କର
ଏ ମଧୁର ପ୍ରତାରଣା ବି ତୁମର
ସୁମଧୁର ବଂଶୀ ସୁର ।
ହସି ହସି ପିଉଥିବି
ବିରହର ବିଷ
ଛାଡ଼ିବା ଯାଏ ଶେଷ ନିଃଶ୍ୱାସ ।

