STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ମଧୁର ବଚନ

ମଧୁର ବଚନ

1 min
231


ରୂପ ସୁନ୍ଦର ହେଉ କି ନ ହେଉ

ଗୁଣ ସୁନ୍ଦର ଜରୁରୀ

ଗୁଣ ସୁନ୍ଦର ବାରି ହୋଇଯାଏ

ବଚନ କହୁଛି କିପରି

ବଚନ ବିନୟ ପୂର୍ବକ କହିଦେଲେ

ଅମୃତ ଝରିବ ସେଥିରୁ

ତୋଷ ହେବ ଶୁଣୁ ଥିବା ପ୍ରାଣୀ ମନ

ଖୁସି ହେବେ ହୃଦୟରୁ

ପରିବାର ଭିତରେ ମୁହଁ ଫୁଲାଫୁଲି

ଯେବେ ଲାଗି ରହିଥାଏ

କନ୍ୟାର କୋମଳ କଥାର ଧାରରେ 

ସବୁ ଠିକ୍ ହୋଇଯାଏ

ପ୍ରିୟା ଯେବେ କହେ ମିଠା ମିଠା କଥା

ମନେ ଆସେ ଉନ୍ମାଦନା

ଶତ ସିଂହର ବଳ ଆସେ ଶରୀରରେ

ଶୁଣି ପ୍ରିୟାର ଭାବନା

ଦୋଷ ଅପରାଧ ବି କ୍ଷମା ହୋଇଯାଏ

ଶୁଣି ବିନୟ ବଚନ

କ୍ରୋଧ ହିଂସା ମନୋଭାବ ଦୂର ହୁଏ

ଶୁଣି ମଧୁର ବଚନ

କହିବାର ଶୈଳୀରେ ଭାବ ରହିଅଛି

ଭାବ ବୁଝିବାକୁ ହେବ

ନମ୍ର ବିନୟ ସ୍ଵରେ ଉତ୍ତର ରଖିଲେ 

ଭୁଲ୍ ବି କ୍ଷମା ପାଇବ

ମା ନିଜର ପିଲାଙ୍କୁ ମିଠା କଥା କହି

ଦୁଷ୍ଟ ହେଲେ ବି ମନାଏ 

ବାପାଙ୍କର କର୍କଶ କଥା ଶୁଣି ଦେଲେ

ପିଲାଙ୍କ ମଥା ଘୁରି ଯାଏ

ମୋହିନୀ ରୂପେ ବିଷ୍ଣୁ ମିଠା କଥା କହି

ମୋହିଲେ ଅସୁରଙ୍କ ମନ

ଅମୃତ ପାଇଁ ଦ୍ଵନ୍ଦ ହେଲା ସମାଧାନ

ସୂତ୍ର ଥିଲା ମଧୁର ବଚନ

ରାଧାର ପ୍ରିତିପୂର୍ଣ୍ଣ ମଧୁର ବଚନରେ

କାହ୍ନା ହୋଇଲେ ବିଭୋର

ଯୁଗ ଯୁଗ ଧରି ପ୍ରେମର କାହାଣୀ

ଆଢ଼ୁଆଳେ ମଧୁର ବଚନ।

ବଚନ ର ପରିଭାଷା ବଦଳି ଯାଇଛି 

ଆଜିର ସଭ୍ୟ ସମାଜରେ

ଛଳନା ରେ ମଧୁର ବଚନ ମୁହଁରେ

ମନ୍ଦ ଅଭିପ୍ରାୟ ଲାଳସାରେ

ମିଠା ମଧୁର ବଚନ ଆଢ଼ୁଆଳରେ

କଦର୍ଯ୍ୟ ହୀନ ଭାବନା

ଆଖିବୁଜି ଭାସିଗଲେ ମଧୁର କଥାରେ

ମିଳଇ ବିପଦ ସୂଚନା

ଅମୃତ ବିନୟ ବଚନ ଆଢ଼ୁଆଳେ

ହେଉଛି ରାଜନୀତି ଖେଳ

ଶାସକ ଆସନ ଲୋଭରେ ମିଠା କଥା

ହାତ ଯୋଡ଼ି ହୁଅନ୍ତି ବିକଳ

ପାପୀ,ପାଥେୟ କରି ମଧୁର ବଚନ

ମନ୍ଦ ଅଭିପ୍ରାୟ ରଚୁଛି

ଧନ୍ୟ ସେହି ମଧୁର ବଚନ ପ୍ରବାଦ

ପାପ ପୁଣ୍ୟ ସବୁ ହେଉଅଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract