Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Romance Classics

3  

ABADHOOT PANDA

Romance Classics

ମଧୁକରର ମଧୁପ୍ରେମ

ମଧୁକରର ମଧୁପ୍ରେମ

1 min
158


ଅଳି ପ୍ରଭାତେ କରେ ଅଳି କଳି ପାଶେ

ଦିଅ ମାଗେ ମୁହିଁ ଏକ ଚିଜ ହରଷେ l


କିସ ଦେବି କୁହ ଅଳିବର ତ୍ୱରିତେ

ନାହି କିଛି ମୋ ପାଶେ ଅଛି ମୁଁ ବିବ୍ରତେ l


ଅଛି କଳିଜେମା ସବୁ କିଛି ତୁମ ପାଶେ

କାହିଁକି ହଉଛ ଅରାଜି କାନ୍ଦି ହତାଶେ l


କଳି କହେ ବିଷାଦେ ମୁଁତ ଆଜି ନିବୁଜ

କାଲି ସକାଳେ ଖୋଲିବ ମୋ ଅନ୍ତଚିଜ l


ନାଲି ପାଖୁଡ଼ାର ରକ୍ତିମ ଶୋଭା ଚମକି

କେଶର ପୂର୍ଣ୍ଣ କରିବ ମୋ ଉଦରେ ଝଟକି l


ପୁଷ୍ପ ମଧୁ ଭରା ହୋଇବ ମୋର ଗାତର

ପିଇବ ତୁମେ ପେଟ ଭରି ନହୋଇ କାତର l


କାକର ଅଇରୀ କରୁଛି ମୋତେ ହୀନମାନ

ଚାହଁରହିଛି ରବି କରେ ଲଭିବାକୁ ତାପମାନ l


ଓଦା ମୋର ଏକ୍ଷଣି ପାଖୁଡ଼ା ଡେମ୍ଫ ସୁମନ

ଶୁଖି ନାହି ଜମା ଲାଗିଯିବ ସମ୍ପୂର୍ଣ୍ଣ ଏକ ଦିନ l


ରବି କର ଛୁଆଁରେ ହେବ ହଳଦୀ ଗୁରୁ ଗୁରୁ

ମୋ ପାଖୁଡ଼ା କୋମଳ କିରଣେ ଦିଶି ସୁଚାରୁ l


ଠିକ୍ କହିଲ ପ୍ରାଣପ୍ରିୟା କଳି ଯାଉଛି ମୁଁ ଚାଲି

ଆସିବି ପୁଣି ଉଡ଼ି କାଲି ପିଇବାକୁ ମଧୁ ଖାଲି l


ଉଡ଼ିଗଲା ଅଳି ସୂର୍ଯ୍ୟମୁଖୀ ପାଶୁ ଧିମି ଧିମି

ଶୁଣ୍ଢ ଟିକେ ରକ୍ତିମ ଗୋଲାପେ ଚୁମି ଚୁମି l

        


Rate this content
Log in

Similar oriya poem from Romance