STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ମଧୁବାବୁ ତୁମେ ଭାରି ସାହସୀ

ମଧୁବାବୁ ତୁମେ ଭାରି ସାହସୀ

2 mins
305

ପୁରୁବ ପୁରୁଷ ମଲ୍ଲ ରଣସିଂହ

ରହିଥିଲେ ତୁମ ହେ ମଧୁବାବୁ

ମଲତ୍ୱ ରଣସିଂହତ୍ୱ ପରିଚୟ

ଦେଇ କରିଥିଲ ସଭିଙ୍କି କାବୁ ।


ବୈଷ୍ଣବ ଘରର କୀର୍ତ୍ତିିମାନ ତୁମେ

ଖ୍ରୀଷ୍ଟିଆନ ହେଲ ପଢିବା କାଳେ 

ଓଡ଼ିଆ ଅସ୍ମିତା କୀରତିର ସ୍ତମ୍ଭ

ଚରଣେ ତୁମରି ପ୍ରଣତି ଢାଳେ ।


ସରଳା ଦେବୀ ଚୌଧୁରୀ ରଘୁନାଥ

ଦାସ ମାତାପିତା ଥିଲେ ତୁମର

କଟକ ଜିଲ୍ଲାର ସତ୍ଯଭାମାପୁର ଗ୍ରାମେ

ଜନମିଲ ଓଡିଆ ବୀର ।


ଅଦମ୍ଯ ସାହସୀ ବରପୁତ୍ର ତୁମେ

ଯାହା କରିଗଲ ଉତ୍କଳ ପାଇଁ 

ନଦେଖି ଥିଲା ଏଜାତି କେବେ କାଳେ

ଭାବୁଛି କେବେ ତା ଦେଖିବ ନାହିଁ ।


ରେଳ ତ ନଥିଲା ଏଣ୍ଟ୍ରାନ୍ସ ପଢି

ପଦବ୍ରଜେ କଲିକତା ଗମନ 

ଉଚ୍ଚଶିକ୍ଷା ପାଇଁ ଚାଲିଲ ପଢିଲ

ଏମ୍.ଏ.,ବି.ଏଲ୍. ହେ ମହାମାନ୍ଯ ।


ଓକିଲାତି କଲ କଲିକତା ଠାରେ

ପୁରୀ ଶ୍ରୀମନ୍ଦିର କେସ୍ ନେଇ 

ଜିତିଲ ସେଥିରେ ମନ୍ଦିର ରହିଲା

ଗଜପତି ପରିଚାଳିତ ହୋଇ ।


ଖ୍ରୀଷ୍ଟାନ୍ ହେଲେ ବି ଉତ୍କଳର ମାନ

ରଖିଲ ସାହସୀ ଓଡିଆ ପୁଅ 

ସାରା ଭାରତରେ ପରିଚିତ ଯୁବ

ମଧୁବାରିଷ୍ଟର ଓକିଲ ଜୟ ।


କଟକରେ ଆସି କଲ ଓକିଲାତି

ବଙ୍ଗାଳୀ ଓକିଲ ସାମନା କରି 

ରାଜା ମହାରାଜା ହେଲେ ମହକିଲ

ସଭିଙ୍କି ଚର୍ଚ୍ଚିଲ ଅତିଥି କରି ।


ଜାତୀୟ କଂଗ୍ରେସେ ଯୋଗ ଦେଇ

ଜାତି ଭାଷା ଆଧାରରେ ଓଡିଶା ପାଇଁ

ସ୍ବତନ୍ତ୍ର ପ୍ରଦେଶ ଗଠନ ପ୍ରସ୍ତାବ

ବଙ୍ଗାଳୀଏ ସହି ପାରିଲେ ନାହିଁ ।


କଂଗ୍ରେସ ଛାଡିଲ ଆରମ୍ଭ କରିଲ

ଉତ୍କଳ ସମ୍ମିଳନୀ ନାମ ଯାର

ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହୋଇଲା

ତୁମରି ସାହସ ବଳେ ହେ ବୀର ।


ଓକିଲାତି ପରେ ରାଜନୀତି କ୍ଷେତ୍ରେ

ଅବତୀର୍ଣ୍ଣ ହେଲ ଲଢୁଆ ବୀର 

ବାଗ୍ମୀତା ବୁଦ୍ଧିମତା ବିଚକ୍ଷଣତା

ବାଦାନୁବାଦ ତୁମର ଅମର ।


ଦାନ ଧର୍ମ ତୁମ ନାମ ଗୁଣ ଗାଏ

ଉତ୍କଳ ଟ୍ୟାନେରୀ କରିଲ ଠିଆ 

କାଠ ଶିଙ୍ଗ ତାରକସି କାମ ପାଇଁ

ଉଠୁଥିଲା ଫୁଲି ତୁମରି ହିଆ ।


ସ୍ବାୟତ୍ତ ଶାସନ ମନ୍ତ୍ରୀ ହୋଇ କଲ

ମ୍ୟୁନିସିପାଲିଟି ଆଇନ ଜାରି 

ସ୍ଥାନୀୟ ସ୍ବାୟତ୍ତ ଶାସନ ଆଇନ

ଓଡିଶା ବିହାରେ ଗଲା ପ୍ରଚରି ।


ମନ୍ତ୍ରୀ ନେବେ ପାଞ୍ଚ ହଜାର ଦରମା

ଆଉ ସବୁ ରହିବେ ଅନରାରି 

ଏ ଯୁକ୍ତି ଗ୍ରହଣ ନକରି ଇସ୍ତଫା ଦେଲ

ମନ୍ତ୍ରୀପଦୁ ହେ ତପଚାରୀ ।


ପ୍ରଜାଙ୍କୁ ଜମିର ମାଲିକାନା ଦେବା

ଜମିଦାରୀ ଉଚ୍ଛେଦ ଏ ପ୍ରସ୍ତାବ

ଦେଇଥିଲ ବେଙ୍ଗଲ କାଉନସିଲରେ

ବହୁବର୍ଷ ପୂର୍ବେ ମହାନୁଭବ ।


ଘରେ ଘରେ ପରିଚିତ ଓଡିଶାରେ

ମଧୁବାବୁ ତୁମେ ଭାରି ସାହସୀ 

ମୁକୁଟବିହୀନ ଓଡିଆ ସମ୍ରାଟ

ଦରିଦ୍ରର ବନ୍ଧୁ ସରଗବାସୀ ।


Rate this content
Log in

Similar oriya poem from Inspirational