ମଧୁ ବର୍ଣ୍ଣବୋଧ କବିତା ମାଳା
ମଧୁ ବର୍ଣ୍ଣବୋଧ କବିତା ମାଳା
କେତେ ଖୁସି ଲାଗେ ଢଳି ଢଳି ହଂସ
ଖେଳୁଅଛି ନଦୀ ନୀରେ
ଗୋପ କଳା କାହ୍ନୁ ସୁମଧୁର ବଂଶୀ
ବାଜୁ ଅଛି ନଦୀ ତୀରେ ।
ପବନ ସାଥିରେ ଝଲମଲ ପାଣି
ଢେଉ ଆସେ ଢେଉ ପରେ
ଭାସି ଭାସି ଯାଇ ମନେ ଖୁସି ହେଇ
ହଂସ ପହଁରୁଛି ନୀରେ ।
କି ସୁନ୍ଦର ଦେଖ ମୀନଟି ପହଁରେ
ବିଭୋର ସେ ବଂଶୀ ସୁରେ
ଜାଣି ପାରେ ନାହିଁ କେବେ ସିଏ ପୁଣି
ଆସିଯାଏ ନଦୀ ତୀରେ ।
କେତେ ଜୀବଜନ୍ତୁ କେତେ ପଶୁପକ୍ଷୀ
କାହ୍ନା ଚାରି ପାରୁଶରେ
କେତେ ଖୁସିରେ ସେ ବିଭୋର ହୁଅନ୍ତି
କାହ୍ନୁର ବଇଁଶୀ ସୁରେ ।
ଭେଦ ଭାବ ଭୁଲି ଏକତ୍ର ହୁଅନ୍ତି
ସ୍ନେହ ମମତାର ଡୋରେ
କେତେ ଯେ ଆତ୍ମୀୟ ଭାବ ରହିଅଛି
ସେମାନଙ୍କ ହୃଦୟରେ ।
ହେଲେ ଏ ମଣିଷ ଏତେ ହିଂସାତ୍ମକ
ଚାଲନ୍ତି ପର ଈର୍ଷାରେ
ମହତ୍ତ୍ୱ କଥାଟି ହସଂ ଶିଖାଇଛି
ଭୁଲୁଛି କେମିତି ବାରେ ।
କ୍ଷୀରର ଭିତରେ ନୀରଟି ରହିଲେ
ହଂସଟି ଅଲଗା କରେ
କ୍ଷୀର ପିଇ ଦିଏ ନୀର ରହିଥାଏ
ଦେଇଥିବା ପାତ୍ରଟିରେ ।
ମଧୁ ବର୍ଣ୍ଣବୋଧ ଗୁଢ ସାରସ୍ବତ
ଏକଥା ଭୋଲନି ବାରେ
ପ୍ରତିଟି ବାକ୍ୟ ତା ଉନ୍ନତି ଆଣଇ
ଜୀବନ ଚଲା ରାସ୍ତାରେ ।
