ମଧୁ ବାଣୀ
ମଧୁ ବାଣୀ
ଧାନ ଓ କଦଳୀ ଆଖୁ ଓ ବାଉଁଶ
ମରିବା ସମୟେ ଫଳେ
ମଣିଷର ଶେଷ ଅବସ୍ଥା ଆସିଲେ
ମଦ୍ୟ ପିଏ ଜୁଆ ଖେଳେ l
କ୍ରୋଧ ଅହଂକାର ଅସତ୍ୟ ବଚନ
ଚିତ୍ତକୁ ବିପଥେ ନିଏ
ବଡ ଶତ୍ରୁ ଠାରୁ ବନ୍ଧୁ କପଟତା
ଭୟାନକ ହୋଇ ଥାଏ l
ବଳଶାଳୀ ଠାରୁ କୌଶଳତା ବଡ଼
ଜିଜ୍ଞାସା ଜ୍ଞାନର ଦ୍ୱାର
ଆଜି କାର୍ଯ୍ୟ ଯିଏ କାଲିକି ରଖଇ
ଅଳସୁଆ ପଣ ତାର l
ଅତି ବୁଦ୍ଧି ଯିଏ ପ୍ରୟୋଗ କରଇ
ଶୀଘ୍ର ପତନ ତାହାର
ସାବଧାନେ ଥିଲେ ବିନାଶ ହୁଏନି
ଏତେ ଶୀଘ୍ରଟି କାହାର l
ଉଦ୍ୟୋଗୀ ପୁରୁଷେ କାନ୍ଧେ ଲକ୍ଷ୍ମୀ ଥାନ୍ତି
ସଫଳତା ସେ ପାଅଇ
କୁସଙ୍ଗୀର ସଙ୍ଗେ ସାଧୁ ବି ରହିଲେ
ଧିକ ଜୀବନ ହୁଅଇ l
ସ୍ଵାର୍ଥୀ ମଣିଷଟି ନୁହଁଇ କାହାର
ଅଟେ ମହାକାଳ ଯକ୍ଷ
ବହୁରୂପୀ ହୋଇ ରଙ୍ଗ ବଦଳାଏ
ସ୍ୱାର୍ଥ ହାସଲ ତା ଲକ୍ଷ୍ୟ l
ମଧୁବାଣୀ ମୁଖେ ମଧୁ ଚିନ୍ତା ହୃଦେ
ମନରେ ଯାହାର ଥାଏ
ମଧୁ ବାଣ୍ଟି ସିଏ ପ୍ରିୟ ପାତ୍ର ହୁଏ
ଜଗତ ଜନଙ୍କ ସିଏ l
