STORYMIRROR

Santanu Bisoi

Drama Others

2  

Santanu Bisoi

Drama Others

ମଦବିକ୍ରି ଛାଡ଼।

ମଦବିକ୍ରି ଛାଡ଼।

1 min
3.0K

ପଞ୍ଜୁରୀରେ ରଖି ଏକ ବାୟସ

ପଢ଼ାଅ କୃଷ୍ଣ କିମ୍ବା ରାମରସ

ଶୁଣିବା ସାର ହେବ କର୍କଶ ଭାଷା

ରଖିବା ଶିକ୍ଷାଦେବା ଲୋକ, ହେବ ଲୋକହସା।।


କାକ ପାଷାଣ୍ଡେ ଭୁଞ୍ଜାଅ ଦିବ୍ୟାଣ୍ଣ

ବିଷ୍ଣୁପଦୀ ଜଳେ କରାଅ ସ୍ନାନ,

ତା'ଆଗେ ଉଚ୍ଚାର ନାନାଦି ମନ୍ତ୍ର

ଛାଡିଣ ସକଳ ନିଷ୍ଠା,ସର୍ବରୀଶେଷେ ଭକ୍ଷିବ ବିଷ୍ଠା।।


ମାର୍ଜାରେ ନିତ୍ୟ କରାଅ ଦୁଗ୍ଧ ପାନ

ତିଳକ କଟାଅ ବୈଷ୍ଣବ ସମାନ

ବେଦ କୁଶଳ ଓ ବେଦାନ୍ତୀ କରାଅ

ଆମିଷାଶୀ ସେହି,

ପୁଣ୍ୟ ପାଶୋରି ନିଶ୍ଚେ ଆମିଷ ଭକ୍ଷୀବଇଁ।।


ଆମ ସରକାରଟା କାଢୁଆ ରାଢ଼

ମୁଖେ ଅର୍ଥନୀତିଠୁଁ ମାନବ ବଡ଼ 

ଯେସନେ ତିଷ୍ଠେ ମାର୍ଜର ଜରଦ୍ଗବ ନିଡ଼

ତେସନେ ଆରମ୍ଭିଲେ,ସନ୍ନିରୋଧନେ ମଦବିକ୍ରି ଛାଡ଼।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama