STORYMIRROR

Sunanda Mohanty

Classics

3  

Sunanda Mohanty

Classics

ମୌସୁମୀ

ମୌସୁମୀ

1 min
8


ତମେ ଆସିଗଲେ ମଧୁ ମଧୁ ବାସେ 

ଦିଗ ଚହଟାଇ ସୁବାସ 

ଭୁରୁ ଭୁରୁ ଗନ୍ଧ ଶବ୍ଦ ତୋଳେ ଛନ୍ଦ 

ମାଟି ମାଆ ର ଉଦାସ ଯାଏ ଆସେ ଉଲ୍ଲାସ 

ସୃଷ୍ଟି ଆରମ୍ଭରୁ କେଜାଣି କୋଉ ଯୁଗରୁ 

ରଜ ପରମ୍ପରା ନିଆରା ସ୍ୱାଦର ରସ 

ମାଆ ଭୂଦେବୀ, ବସୁମତୀ, ଧରଣୀ 

ରଜ ତିନିଦିନ ଏକାନ୍ତବାସ 

ତାଙ୍କ ପ୍ରତୀକ ଝିଅ ମାଆ ଭଉଣୀ ବୋହୁ 

ସବୁରି ମୁଖରେ କେତେ ଯେ ହସ

ପିଠାପଣା ଭୋଜିଭାତ ଯାନିଯାତ 

ରଜ ମଉଜର ପ୍ଲାବିତ ହସ ଓ ବେଶ 

ଏ ସନ ପାଳିବା ସଙ୍ଗରୋଧରେ 

କରୋନା ଯୁଦ୍ଧରେ ଜିତିବା ଅବଶ୍ୟ 

ପୁଣି ହସିବ ଦେଶ ବିଦେଶ 

ଆମ ପ୍ରକୃତି ଓ ପରିବେଶ.


Rate this content
Log in

Similar oriya poem from Classics