ମାୟାରେ ବାୟା
ମାୟାରେ ବାୟା
କେତେଦିନ ପାଇଁ ମନ ସଂସାରକୁ ଅଛୁକଳି
ଥରେ ତୁ ପଡ଼ିଲେ ଝୁଣ୍ଟି ଯିବୁ ନିଶ୍ଚୟ ଝାଉଁଳି l
ସଂସାର ଭବ ସାଗର
ଝସ ରୂପ ମଧ୍ୟେ ତୋର
ଲାଗିଛି ଜଂଜାଳ ଜାଲ
କାଳ ଧୀବର ଓଟାରି l
ଭାଇ ବନ୍ଧୁ ସାଙ୍ଗ ସଖା
ସମ୍ପଦରେ ସିନା ଲେଖା
ଏକାହୋଇ ଆସିଥିଲୁ
ପୁଣି ଏକା ଯିବୁ ଚଳି l
ଧର୍ମ କର୍ମ ଯାହା କଲୁ
ଜ୍ଞାନ କୀର୍ତ୍ତି ଅରଜିଲୁ
ଦାନ ପୂଣ୍ୟ ଥାଅ କରି
ପଥକୁ ହେବ ସଙ୍ଖାଳି l
ସବୁ ବୋଲୁ ମୋର ମୋର
କେହି ନହୋଇବେ ତୋର
ମୁକତି ପାଇବୁ ଯଦି
ନାମ କର ଜପମାଳୀ l
କହେ ଦୀନ ପ୍ରେମାନନ୍ଦ
ସଂସାରଟା ପୁରା ଅନ୍ଧ
ଇନ୍ଦୁରକୁ ପଥ ନାହିଁ
ଗଜ ସହଜରେ ଗଳି ।