Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics Inspirational

4.4  

Jagannath Barik

Classics Inspirational

ମାୟାରେ ବାୟା

ମାୟାରେ ବାୟା

1 min
473


ରେ ବାଇବର, କେତେ ହେଉ ଫରଫର 

ଦେଖୁନାହୁଁ କାଳ ଝିଙ୍କିଲାଣି ବାଳ 

ଝାମ୍ପି ନେବ ବରାବର, ରେ ବାଇବର ।


ବାଳ ଯୁବା ଗଲା ବାର୍ଦ୍ଧକ୍ୟ ଆସିଲା 

    ଶୀର୍ଣ୍ଣ ହେଲା କଳେବର 

ଅଖ ହେଲା ଢିଲା ଚକା ଦୋହଲିଲା 

ଗଡ଼ୁନି ଗାଡ଼ି ଏଥର, ରେ ବାଇବର ।


ଆଖିକୁ ଦିଶୁନି କାନକୁ ଶୁଭୁନି 

     ପାଟିରୁ ଗଡ଼ୁଚି ଲାଳ 

ଉଠିବାକୁ ବଳ ନାହିଁ ଆଉ ତୋର 

ପାଉ ଖାଲି ହତାଦର, ରେ ବାଇବର ।


ଆଶା ବାଡ଼ି ଧରି ଚାଲୁ ଥରି ଥରି 

    ହଂସା ଉଡ଼ୁଛି ଏଥର 

କଫ ବାତ ପୀତ ହେଲେଣି ମିଳିତ 

ବଙ୍କୁନାଳ ହେତୁ କର, ରେ ବାଇବର ।


ମିଛ ମାୟାଭରା ଏ ସଂସାର ପରା 

   କେହି ନୁହେଁ ଆପଣାର 

ଆସିଛୁ ଲଙ୍ଗଳା ଯିବୁ ତୁ ଫୁଙ୍ଗୁଳା 

ଜଣେ ନଯିବେ ସଙ୍ଗର, ରେ ବାଇବର ।


ଅରଜିଲୁ କେତେ  ବରଜିଲୁ କେତେ 

   ବେଳହୁଁ ହିସାବ କର 

ଚିହ୍ନିଲୁ ଦୁନିଆ ହୁଅନା ଛାନିଆ 

ଏବେ ହରି ନାମ ଧର, ରେ ବାଇବର ।


ମଲା ବେଳେ ବୃଥା  ମାଟି କରୁ ମୁଠା 

   ଘୋଷ ତୁ ମହାମନ୍ତର 

ଭାଷେ ଜଗନ୍ନାଥ  ସରିଗଲା ହାଟ 

ଠିକଣାକୁ ଠାଆ କରରେ ବାଇବର ।


Rate this content
Log in

Similar oriya poem from Classics