STORYMIRROR

Kalandi pal

Inspirational

3  

Kalandi pal

Inspirational

ମାୟାର ବନ୍ଧନ

ମାୟାର ବନ୍ଧନ

1 min
231

ମାୟାର ବନ୍ଧନ ବାନ୍ଧି ଜନାର୍ଦ୍ଦନ

ରତ୍ନ ସିଂହାସନେ ବସିଛ ମଉନ.

ଭାବିଛକି ଏବେ ମାୟା ପରାଭବେ

ଭୁଲିଯିବି ପ୍ରଭୁ ତୁମ ଦର୍ଶନ.

ହେ ଚକାନୟନ, ମୋ ଜୀବଜୀବନ

ତୁମେ ପରା ଜଗତର ଜ୍ୟୋତି ରଞ୍ଜନ. l0l


ସଂସାର ଜୀବନ ତୋର ପୁଣ୍ୟ ଦାନ

କର୍ତ୍ତବ୍ୟରେ ହେଳା କରିବିନି ଆନ.

ବସିଗଲେ ତୋର ପୂଜା ଆରାଧନେ

ଭୁଲିଯାଏ ମୋର ସଂସାର କର୍ମ.

ହେ କଳାବଦନ, ହେ ମଧୁସୂଦନ

ତୋ ମଧୁର ପ୍ରେମେ ବନ୍ଧା ମୋର ଜୀବନ. l1l


ଜୀବନରେ ପୂର୍ଣ୍ଣ କେତେ ବାଧାବିଘ୍ନ

ନିରନ୍ତର ଧ୍ୟାଉଥିବି ଶ୍ରୀ ଚରଣ

କରିବୁନି କେବେ ଅନ୍ତର ଏ ଭବେ

ପାର୍ଥିବ ଶରୀରେ ନଥିବ ପ୍ରାଣ.

ହେ ନନ୍ଦନନ୍ଦନ, ହେ ଦିବ୍ୟଲୋଚନ

ଚର୍ମ ଚକ୍ଷୁ ଲଭୁ ତୁମ ଦିବ୍ୟ ଦର୍ଶନ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational