STORYMIRROR

Satyabati Swain

Inspirational

3  

Satyabati Swain

Inspirational

ମାୟାମୃଗ

ମାୟାମୃଗ

1 min
372


ଫୋନ କରିଛ

ମୋ ପାଇଁ ଘରେ ତୁମ ଅଶାନ୍ତି କଳି

ମୁଁ ଦଳିତ ଘରର ଝିଅ ତୁମେ ବ୍ରାହ୍ମଣ

ମୋ ହାତରୁ ତମ ବଡବଡୁଆ 

କୁଆଡେ ପାଣି ପାଇବେନି

ସାତ ପୁରୁଷ ଅପାଣିଆ ରହିବେ

ଗାଆଁରେ ତୁମକୁ ଏକ ଘରିକିଆ କରି ଦେବେ।।

ମୁଁ ତ ଏସବୁ ତୁମକୁ ଲୁଚେଇନଥିଲି

ଯେଉଁ ଦିନ ମୋ ପଛରେ ପଡି

ମୋତେ ପ୍ରପୋଜ କଲ

ତମେ କିନ୍ତୁ କହିଥିଲ ଏ ଆଧୁନିକ ଯୁଗ

ଏଠି ଜାତି ଫାତି କିଛି ନାହିଁ

ନନା ବୋଉ ରାଜି ନ ହେଲେ 

ଆମେ ରେଜେଷ୍ଟ୍ରି ମେରେଜ କରିନେବା।।

ମାତ୍ର ମୁଁ କଣ ଜାଣି ଥିଲି

ମୋ ଦେହଟାକୁ ଭୋଗ କରିବା ନେଇ

ଏତେ ମିଛ କହୁ ଥିଲ?

ମୋ ବାପା ତୁମକୁ ଚାକିରୀ କରେଇ

ଦେବେ ବୋଲି "ମାୟାମୃଗ" ସାଜି ଥିଲ??

ଚାକିରୀ ହୋଇଗଲା ତୁମର

ମିଛିମିଛିକା ନିର୍ବନ୍ଧ କଲା ପରେ

ଛିଃ ଭାବିଲେ ଘୃଣା ଲାଗେ

କୋଉଠି କୋଉଠି ଛୁଇଁଛ ମୋତେ

ଏଇ କାଲି ବିବାହ କରିବା କହି।।

ଆଉ ଆଜି ଘର ବାହାନା ଦେଖାଇ

ମୋତେ ଦୁର୍ବଳ କରି 

ପଚାରୁଛ କଣ କରିବ?

ମୁଁ ଜାଣେ ମୁଁ ଯଦି କହିବି

ଚାଲ ଘର ଛାଡ଼ି ପଳେଇବା

ତମେ ଆଉ କିଛି ବାହାନା ଦେଖାଇବ।

ବରଂ ଭଲ ତୁମେ ତୁମ ରାସ୍ତା ଦେଖ

ମୋତେ ମୋ ରାସ୍ତାରେ ଯିବାକୁ ଦିଅ

ତୁମ ପରି ଭୀରୁ କାପୁରୁଷ 

ଅମେରୁଦଣ୍ଡ ପ୍ରାଣୀକୁ

ଜୀବନସାଥି କରିବା ଅପେକ୍ଷା

ନିଃସଙ୍ଗ ଜୀବନ ଢେର ଭଲ

ଭାବିବି ତୁମ ସଙ୍ଗେ କେବେ ଦେଖା

କି ସମ୍ପର୍କ ନ ଥିଲା ଏଇ ଜୀବନେ।।

ତୁମେ କିନ୍ତି ସୁଖରେ ରୁହ

କେବେ ଯଦି ମନେ ପଡିବି

ମୋ ଆଡେ ଆଉ ଫେରାଇବନି ମୁହଁ

ଧୋକ୍କାବାଜ ପୁରୁଷ ଛାଇ

ମୁଁ ମାଡିବିନି

ଏ ଶପଥ ମୋର

ମୋତେ ଦୁର୍ବଳ ଭାବୁଛ କି

ନାରୀ ନାରାୟଣୀ ପରା ମୁଁ

ଯେତିକି ସଶକ୍ତ ସେତିକି ଦୃଢ଼।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational