STORYMIRROR

Sabita Nayak

Romance

3  

Sabita Nayak

Romance

ମାୟାବିନି କରୋନା

ମାୟାବିନି କରୋନା

1 min
182

ଉଦାସ ଉଦାସ ତୋ ଆଖିର ଚାହାଣି 

      କହୁଛି ଲୋ କେତେ କଥା

ସେଇ ଆଖିରୁ ତୋ ବାରି ହୋଇଯାଏ 

 ଆମ ସ୍କୁଲର ନିରବତା 

ଆହାରେ କରୋନା କାହିଁକି କଲୁ ତୁ 

 ତୋ ଦେହ ଜମା ସହିଲାନିକି 

ତୁ ମାୟାବିନି ।


ଏକାଠି ଥିଲୁରେ ଟିକେ ନ ଦେଖିଲେ 

   ଆମ ମନ ଯାଏ ଶୁଖି

କରୋନା ରାକ୍ଷସୀ ନଜର ପଡିଲା

   ମୋ ସଖା ମନ ହେଲା ଦୁଃଖୀ

ଦୟା କି କରୁଣା ତୋ ପାଖେ ନାହିଁଲୋ 

     କରୋନା ତୁ ଦୁଃଖଦାୟିନୀ 

ତୁ ମାୟାବିନି ।


ସଖାରେ ତୁ ବସିଗଲେ ମନ ଉଦାସେ 

ମୋ ହୃଦୟ ଭାଙ୍ଗିଯାଏ ବିନା ବତାସେ 

ଦୁଃଖୀ ହୋଇ ଯେବେ ତୁହିଁ ଶୁଖାଉ ମୁଁହ 

ରକ୍ତ ଶୁଖିଯାଏ ମୋର କାହିଁକି କହ

ହସି ଦେ ମୋ ସଖା ଉଦାସ ହୁଅନା 

 ସବୁ ହୋଇଯିବ ଆଗ ପରିକି

ତୁ ମାୟାବିନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance