ମାୟାବିନି କରୋନା
ମାୟାବିନି କରୋନା
ଉଦାସ ଉଦାସ ତୋ ଆଖିର ଚାହାଣି
କହୁଛି ଲୋ କେତେ କଥା
ସେଇ ଆଖିରୁ ତୋ ବାରି ହୋଇଯାଏ
ଆମ ସ୍କୁଲର ନିରବତା
ଆହାରେ କରୋନା କାହିଁକି କଲୁ ତୁ
ତୋ ଦେହ ଜମା ସହିଲାନିକି
ତୁ ମାୟାବିନି ।
ଏକାଠି ଥିଲୁରେ ଟିକେ ନ ଦେଖିଲେ
ଆମ ମନ ଯାଏ ଶୁଖି
କରୋନା ରାକ୍ଷସୀ ନଜର ପଡିଲା
ମୋ ସଖା ମନ ହେଲା ଦୁଃଖୀ
ଦୟା କି କରୁଣା ତୋ ପାଖେ ନାହିଁଲୋ
କରୋନା ତୁ ଦୁଃଖଦାୟିନୀ
ତୁ ମାୟାବିନି ।
ସଖାରେ ତୁ ବସିଗଲେ ମନ ଉଦାସେ
ମୋ ହୃଦୟ ଭାଙ୍ଗିଯାଏ ବିନା ବତାସେ
ଦୁଃଖୀ ହୋଇ ଯେବେ ତୁହିଁ ଶୁଖାଉ ମୁଁହ
ରକ୍ତ ଶୁଖିଯାଏ ମୋର କାହିଁକି କହ
ହସି ଦେ ମୋ ସଖା ଉଦାସ ହୁଅନା
ସବୁ ହୋଇଯିବ ଆଗ ପରିକି
ତୁ ମାୟାବିନି ।