STORYMIRROR

pratap nayak

Inspirational Others

3  

pratap nayak

Inspirational Others

ମାୟା

ମାୟା

1 min
12.5K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଏଇତ ସମୟ

ବୋହିଗଲା ପାଣି ଧାର ପରି.....

ଅନେକ କରିବାର ଆଶା

ଆଶାରେ ରହିଗଲା.....

ଯେତେବେଳେ ଶେଷ ପାହାଚରେ ଡାକରା ଆସିଲା .....

ପଡିଗଲା ପାଳି !

ଅଣ୍ଟିରେ କିଛି ତ ନଥିଲା ?? ମୋ,ବଡଲୋକି ......

ଦାମିଗାଡି ବ୍ୟାଙ୍କ ବାଲାନ୍ସ

ମାର୍ବଲ ପ୍ରାସାଦ .....

ତା ଭିତରେ ବିଦେଶୀ ଆସବାବପତ୍ର ...

ଧନରତ୍ନ ସୁନ୍ଦରୀ ଭାରିଜା .....

ଜୋତିଷ୍କ ପରି ସଜେଇଥିବା ପୁଅ ଝିଅ...

ସେମାନଙ୍କ ପାଇଁ ଠୁଳ କରିଥିବା

ଅସାଧୁ ଦରବ .....

ନା ପାପରୁ ନା ପୂଣ୍ୟ ???

ଝାଡିଦେଲା ପରେ ଅଣ୍ଟି!

ମଉରାଳୀ କରାଣ୍ଡିରୁ ବାଲିକିରା ଜଳଙ୍ଗ ଯାଏ ସବୁ ବାହାରିଲା .....

ଏଗୁଡାକ ସାଇତିକି ସଜେଇକି

ରଖିଥିଲି କେତେବେଳେ ?

ମୋ ଅଜଣାତରେ......

ଝୁଣ୍ଟି ପଡିଲାବେଳେ

ମନରେ ଆସିଥିବା ରାଗ....

ଜାଣି ଜାଣି ହଇରାଣ କରି ପାଣି ଜରି

ମାରିଥିବା ପାଗିଳୀକୁ....

ଅନ୍ୟକୁ ଲଚେଇ କରିଥିବା ଚୋରି....

ସପନ ଦେଖେଇ ଠକେଇ ଥିବା ତୁମକୁ...

ସବୁ ଯେମିତି ଗଣ୍ଠିଲି ହେଇ ରହିଥିଲା

ଆଉ ସେ ଗଣ୍ଠିଲି ଉପରେ ଲେଖାଥିଲା

ମାୟା ମାୟା ମାୟା.....

ଅନେଇଲି ଆଗକୁ ପଛକୁ

କାହିଁ କେହି ତ ନଥିଲେ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational