STORYMIRROR

Judhisthir Majhi

Abstract Tragedy Fantasy

3  

Judhisthir Majhi

Abstract Tragedy Fantasy

ମାୟା ସଂସାର

ମାୟା ସଂସାର

1 min
425

ଏ ଜମି ଏ ଘର ଏ ହୃଦୟ ଏ ଦେହ

ମୋର ମୋର କହିବାର ଅଧିକାର

କିଏ ଦେଲା ଏ ମଣିଷକୁ

ଏ ତ ମାୟା ସଂସାର


ଏ ମାୟା ସଂସାର ମଣିଷକୁ କରୁଛି ବାୟା

ଦୂରେ ରହିଲେ ବି ପାଖକୁ ଟାଣୁଛି ଆହା


ବୁଢୀଆଣି ଯୋଉ ଜାଲ ତିଆରି କରେ

ସେ ଜାଳ ଭିତରେ ତା ଦିନ ରାତି ସରେ


ହେଲେ ଯୋଉ ଜାଲ ଈଶ୍ୱର କରିଛି ତିଆରି

ମାନବର ସମୟ କଟେ ତା ଭିତରେ ଘୁରିଘୁରି


ସବୁ ଜାଣିଛି ହେଲେ କ'ଣ କରିବ

ରକ୍ତ ମାଂସ ହାଡ଼ ଏ ଶରୀର

ସବୁ ତ ଅନ୍ତର୍ଯ୍ୟାମୀଙ୍କ ଉପହାର

କେବଳ ଅଛି ତା ଅଧିକାର


ପ୍ରତି ମୁହୂର୍ତ୍ତରେ

ମଣିଷ ଜନମୁଛି ମରୁଛି

ହସୁଛି କାନ୍ଦୁଛି

ମାୟା ମାୟା ଏ ସବୁ ମାୟା

ଈଶ୍ବରଙ୍କ ଦୃଶ୍ୟ ଅଦୃଶ୍ୟ ଛାୟା


ଆଜି ଯିଏ ଅତି ଆପଣାର

କାଲିକୁ ହୋଇପାରେ ଦୂର

ହୃଦୟରେ ଘୃଣା

ହୋଇପାରେ ଭରପୂର

ଏ ତ ମାୟାର ସଂସାର


ହସ ଖୁସିରେ ବଞ୍ଚୁଥିବା ମାନବ

ପାଗଳ ବି ହୋଇ ପାରେ

ଗାଁ ନଗର କୋଠା ମହଲ ଛାଡି

ଜଙ୍ଗଲରେ ରହିପାରେ

ଏ ତ ମାୟାର ସଂସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract