ମାୟା ସଂସାର
ମାୟା ସଂସାର
ମୋହ ମାୟା ଭରା ଏ ସାରା ସଂସାର
ନୁହେଁ ଦୀର୍ଘ ଦଣ୍ଡ କାଳ,
କେତେବେଳେ ପ୍ରାଣ ଯିବ ଏ ଘଟରୁ
କିଏ ବା ଜାଣିଚି ବେଳ ।
ହସୁଥିବ ଦିନ ସକାଳ ସୂରୁଜ
ଫୁଲ ପକ୍ଷୀମାନଙ୍କର ମେଳେ
କେତେବେଳେ ଆସି ଅନ୍ଧାର ଘଟିବ
ଦେଖୁ ଦେଖୁ ମହୀ ତଳେ ।
ପ୍ରିୟ ପରିଜନ ହସୁଥିବେ ବସି
ସୁଖର ପସରା ମେଲି,
ଦୁଃଖ ଆସିଗଲେ ସର୍ବେ ଯିବେ ଦୂରେ
ନିଜ ବାଟେ ନିଜେ ଚାଲି ।
ସଂସାର ଗୋଟିଏ ଅଥଳ ସାଗର
ଜୀବ ଗୋଟେ ଛୋଟ ନାଵ,
ହିଂସାର ଜୁଆର ଉଠିଲେ ମନରେ
ତୁଟିଯାଏ ସବୁ ଭାବ ।
ବିଧାତା ରଚିଛି ସଂସାର ଭିତରେ
ମୋହ ମାୟା ଲୋଭ ହିଂସା,
ହୃଦୟ ମନ୍ଦିରେ ପାପ ବଢ଼ିଗଲେ
ଉଡିଯାଏ ଦୂରେ ହଂସା ।
ସଂସାର ଗୋଟାଏ ମାୟାର କୁହୁଡି
ଘେରା ଏକ ଫୁଲ ବନ,
କାହିଁକି କେଜାଣି ମଣିଷ ବଦଳେ
ଜାଣିଶୁଣି ପ୍ରତିଦିନ ।