ମାୟା ବନ୍ଧନ
ମାୟା ବନ୍ଧନ
ଫୁଲ ମଉଳିଲେ ବାସ ସରିଗଲେ
ଛଡା ଫୁଲ ହେଇଯାଏ,
ଠିକ୍ ସେହିପରି ବାର୍ଦ୍ଧକ୍ଯ ଆସିଲେ
ମଣିଷ ଅଲୋଡା ହୁଏ।
କିଛି ଲାଭ ନାହିଁ ଦୋଷ ଲଦି ଦେଇ
ସଂସ୍କାର କୁ ନିନ୍ଦିବାରେ,
ନିଜ ସ୍ୱାର୍ଥ ପାଇଁ ସବୁ ଯାଏ ଭୁଲି
ସଂପର୍କ ର ଡୋରି ଛିଡେ।
ଭାଗ୍ୟ ରେ ଲେଖା ଯେ ଅଛିରେ ଆମର
ଦୁଃଖେ କଷ୍ଟେ ସହି ଯିବା,
ନିଜ କର୍ମ ପରା ପୁରିଗଲେ ସିନା
ଦୁନିଆରୁ ବାହୁଡିବା।
ସଂସାର ଜଞ୍ଜାଳ ନାହିଁ ଥଳକୂଳ
ସବୁପରା ମାୟାଜାଲ,
ପରିଭାଷା ନିତି ବଦଳେ ରେ ଏଠି
ଭଲ ଆଉ ଖରାପ ର।
ଆଜି ଯିଏ ଭଲ କାଲି ସେ ଖରାପ
ସ୍ୱାର୍ଥ ସବୁ ସରିଗଲେ,
ଚଲା ପଥ ନିତି ଯାଏ ଯେ ବଦଳି
ନିଜ ଲୋକ କୁ ସେ ଭୁଲେ।
ସଂପର୍କ ରେ ଆଶା ନରଖିବା ଯଦି
ଦୁଃଖ ର ବିନାଶ ହେବ,
ବନ୍ଧନ ର ମାୟା ଇନ୍ଦ୍ରଜାଲ ବୁଣି
ପ୍ରାଣ ନହେଲେ ଯେ ନେବ।
କାମନା ବନ୍ଧନ କରେ ହିନିମାନ
ମଣିଷ ର କାବୁ ନାହିଁ,
କାମନାରୁ ମୁକ୍ତି ମୋକ୍ଷର ପ୍ରାପ୍ତି
ଏତେ ସହଜ ନୁହଁଇ।
