STORYMIRROR

Mishra Manasi

Inspirational

4  

Mishra Manasi

Inspirational

ମାଟିରୁ ଆକାଶ

ମାଟିରୁ ଆକାଶ

1 min
363


ଏକ ଅମୃତ ସାୟାନ୍ନ ବେଳାରେ

ଫଗୁବୋଳା ଫୁଲ ପକା ପଣତଶେଯରେ

ପୃଥିବୀ କୋଳରେ ଦୂର ଆକାଶଟା

ଶୋଇଛି ନିଘୋଡ଼ ନିଦରେ

ପାହାଡ଼ କଡେ କଡେ

ଦିଗ୍-ଵଳୟ ପାଶେ ।।

ପ୍ରକୃତି-ପୁରୁଷ ମହାମିଳନ

ସୃଷ୍ଟି ଆଦ୍ୟ ଆବାହରୁ

ଶାଶ୍ୱତ-ଚିରନ୍ତନ-ସ୍ବର୍ଗୀୟ

ଅନନ୍ତ ପ୍ରେମ

ଐକାନ୍ତିକ-ଐଶ୍ୱରୀୟ ଦିବ୍ୟ-ଅନୁଭୂତି

ସତ୍ୟ-ଶିବ-ସୁନ୍ଦର ମହାମନ୍ତ୍ର ଅଭିଷିକ୍ତ

ନୈସର୍ଗିକ ସୁଷମା

ବୁଣିବୁଣି ଯାଉଛି ନୂଆ ସୃଜନର

ଓଁ କାର ଝଙ୍କାର

ତରୁ-ତୃଣ,ସଜୀଵ-ନିର୍ଜୀବ

ସ୍ଥାବର-ଜଙ୍ଗମ ସବୁରି ହୃଦୟେ

ବିଚ୍ଛୁରି ଯାଉଛି ପ୍ରଶାନ୍ତି କଣିକା ।।

ଅର୍ଦ୍ଧାଙ୍ଗ ଈଶ୍ୱର -ଅର୍ଦ୍ଧାଙ୍ଗ ଈଶ୍ବରୀ

ଭୂମି-ଭୁମା ମହାଯୋଗୀ-ଯୋଗେଶ୍ୱରୀ ବେଶ

କମନୀୟ ଛାୟାଛବି

ପ୍ରତିବିମ୍ବିତ ରତ୍ନଗର୍ଭା ରତ୍ନାକର

ଗାଢ଼ ନୀଳ ସଲୀଳ ବୁକୁରେ ।।

ରୂପା ତାରାଫୁଲ ସଜାଇ ବନ୍ଦାଣ ଥାଳିକୁ

ଦିଗ୍ ଵଳୟ ତଳେ ପୂରୁବ ଆକାଶୁ

ଉଇଁ ଆସୁଥିବା ଧବଳ ଚାନ୍ଦକୁ

ଆଙ୍କିଦେଵ କପାଳରେ ଅର୍ଦ୍ଧଚନ୍ଦ୍ରୀକାରେ

ଦ୍ଵିତୀୟା ତିଥିରେ ଚନ୍ଦନ ଟିପାରେ ।।

ସ୍ୱାଗତ ପର୍ଵ ମାହେନ୍ଦ୍ର ମୁହୂର୍ତ୍ତ

ବିଭୁ ଚେତନାରେ ମହକି ଉଠିବ

ସଚରାଚର ଜଡ଼ରୁ-ଜୀବନ୍ତ

ସଂଚରିଯିବ ଅପ୍ରାଣରେ ପ୍ରାଣ

  ମାଟିରୁ ଆକାଶ ।।



Rate this content
Log in

Similar oriya poem from Inspirational