STORYMIRROR

Geetanjali Prusty

Abstract Classics

3  

Geetanjali Prusty

Abstract Classics

ମାଟିର ସୁଯୋଗ୍ୟ ପୁତ୍ର

ମାଟିର ସୁଯୋଗ୍ୟ ପୁତ୍ର

1 min
167


କଟକ ଜିଲ୍ଲାର ସତ୍ୟଭାମାପୁରେ

ଜନମିଲ ମାଟି ଛୁଇଁ

ଶଶୀ କଳା ଭଳି ବିକଶିତ ହେଲ

ବିଦ୍ୟା ବୁଦ୍ଧି ଶ୍ରଦ୍ଧା ନେଇ ll


ପ୍ରଥମ ଏମ ଏ ପ୍ରଥମ ଓକିଲ

ପ୍ରଥମ ବିଲାତ ଯାତ୍ରୀ

ପ୍ରଥମରେ ବିଧାୟକ ହେଇଥିଲ

ପ୍ରଥମ ଓଡ଼ିଆ ମନ୍ତ୍ରୀ ll


ସବୁଥିରେ ଶୋହେ ଦକ୍ଷତା ତୁମର

ଜାତିର ବିନ୍ଧାଣି ତୁମେ

ଚିନ୍ତା ଚେତନାରେ ଗଢ଼ି ଦେଇଥିଲ

ରାଜ୍ୟ ଏ ଓଡ଼ିଶା ନାମେ ll


ଭାଷା ଭିତ୍ତିକ ଏ ପ୍ରଥମ ପ୍ରଦେଶ

ଉତ୍କଳ ସେ ଅନୁପମ

ଜାତି ସମ୍ମିଳନୀ ସରାଗେ ଡାକିଲ

ରଖହେ ଓଡ଼ିଆ ନାମ ll


ତୁମରି ଆହ୍ୱାନେ ଝାସ ଦେଇଥିଲେ

ସ୍ୱାଭିମାନୀ କେତେ ବୀର

ଫକୀର ମୋହନ କବି ରାଧାନାଥ

ସାଥେ ଗଙ୍ଗାଧର ମେହେର ll

   

ପାରଳାର ରାଜା କୃଷ୍ଣଚନ୍ଦ୍ରଦେବ

ଗଜପତି ଜାତିପ୍ରେମୀ

ମୟୁରଭଞ୍ଜର ରାଜା ରାମଚନ୍ଦ୍ର

ଭଞ୍ଜଦେଓ ଅଗ୍ରଗାମୀ ll


ଏକତାର ବଳେ ସୃଷ୍ଟି କରିଥିଲ

ସ୍ୱାଭିମାନ ଓଡ଼ିଶାର

ଭାଷା ଭିତ୍ତିକ ଏ ରାଜ୍ୟଟିକୁ ଗଢ଼ି

ନାଁ ରଖିଲ ତାହାର ll


ମୋ ଜାତିର ବୀର ମଧୁବାରିଷ୍ଟର

ଆସିବକି ଥରେ ଫେରି

ଦେଖିଯିବ ତୁମ ଅତି ଶରଧାର

ଉତ୍କଳର ହତଶିରୀ ll


ଯେଉଁ ଜାତି ଶ୍ରେଷ୍ଠ ମଉଡମଣୀ ହେ

ପୁଣ୍ୟଭୁମି ଓଡ଼ିଶାର

ଜଗତର ନାଥ ପ୍ରଭୁ ଜଗନ୍ନାଥ

ଭବ ସିନ୍ଧୁ କରୁଣାର ll


ଜନମ ଦିନରେ ଜଣାଏ ପ୍ରଣତି

ଘେନ ଆହେ ମାଟି ପୁତ୍ର

ଭବ୍ୟ ଶ୍ରଦ୍ଧାଞ୍ଜଳି ଜାତିର ଅଞ୍ଜଳି

ମାତୃଭୂମି ମହାମନ୍ତ୍ର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract