ମାଟିର ମଣିଷ
ମାଟିର ମଣିଷ
ମାଟିର ମଣିଷ
ମାଟିରେ ମୋ ବାସ
ଫୁଟାଏ ମାଟିରେ ହସ
ଏଇ ମାଟି ହସ
ମୋ ଜୀବନ ହସ
ମାଟିରେ ମୋ ସ୍ଵର୍ଗବାସ ।
ମାଟି ମୋର ସାହା
ଏ ଜୀବନ ରାହା
ମାଟି ସାଥେ ମାଟି ହୋଇ
ଜନ୍ମ ଏ ମାଟିରେ
ମିଶିବି ମାଟିରେ
ଶୋଚନା ବା କାହିଁପାଇଁ ।
ଏଇ ମାଟି ମୋର
ମଥାର ତିଳକ
ଯା ବକ୍ଷେ ଫଳଇ ସୁନା
ବିଦାରିଛି କେତେ
ତା ବକ୍ଷକୁ ହସ୍ତେ
କେବେ କରି ନା
ହିଁ ମନା ।
ତରୁ ସବୁଜିମା
ସଦା ବକ୍ଷ ସିନା
ଶୋହେ ଫୁଲ ଫଳ ଶସ୍ୟ
ଭରି ଦିଏ ପେଟ
ନ କରି କପଟ
ସହି କେତେ ଉପହାସ ।
କରୁଥିବି ସେବା
ନିରନ୍ତର ଅବା
ନିଗାଡି ଦେହରୁ ଲହୁ
ହସିଲେ ମୋ ମାଆ
ହସିବ ଦୁନିଆଁ
ମଳି ମୁଣ୍ଡିଆ କେ କହୁ ।
ଝଡ଼ି ଯାଉ ମୋର
ମାଂସ ପଳ ପଳ
କଙ୍କାଳ ହୋଇବ ଠିଆ
ମାଟି ମାଆ ପାଇଁ
ସାରଥି ସେ ହୋଇ
ଜାଳିବ ବିଦ୍ରୋହ ନିଆଁ ।