ମାଟିର ମହାକାବ୍ୟ
ମାଟିର ମହାକାବ୍ୟ
ପିଲାଦିନୁ ଶୁଣିଥିଲି ତୁମ ନାଁ
ଭିଟାମାଟି- ଭାତହାଡି-ଦାଦନ- ଭୋକର ଭୂଗୋଳ ।
ସବୁଠି ମାଟି- ସବୁଠି- ମହକ
ଗ୍ରାମରୁ ସହର- ରାଜ୍ୟରୁ ରାଷ୍ଟ୍ର
ସବୁଠି ମାଟିର ସହ- ବାସ୍ନା ଅନେକ
ବୁଢାରଜାରୁ କୋଣାର୍କ- ସଂବଲପୁରରୁ ମାନହଟନ୍ ।
ମାନବ, ଦାନବ, ଦେବତା- ସବୁ ତୁମରି ଦାୟାଦ ।
ପ୍ରଦୂଷଣ-ବିସ୍ଥାପନ- ଲାଲ କରିଡର- ସୀମା ସଂଘର୍ଷ
ସବୁଠି ତୁମେ- ସ୍ଵାକ୍ଷର ତୁମର
ଦୁର୍ଗ, ମର୍ତ୍ତ୍ୟ, ପାତାଳ- ସବୁ ତୁମରି ସୃଷ୍ଟି
ଭୋକ, ଶୋଷ, ମିଥୁନ, ନୀଳତୃଷ୍ଠା ସବୁ ତୁମରି ଗଜଲ
ଫଚ ଭୁତରୁ ଏକ
ସବୁଠି ତୁମର ଲୋଲୁପତା- ଅଭିଳଷିତ ବୃତ୍ୟତ
ବୃତଚ୍ୟୁତ ଫୁଲକୁ ପଚାରିଲି ତୁମର ଠିକଣା
ଶୂନ୍ୟ ରମଣରେ ବ୍ରତୀ କ୍ରୀଡାବତୀ
ଅବା ଗଣଦୁର୍ଷମର ଶିକାର ନିଷ୍ପାପ ଶୈଶବ
ସବୁ ତୁମର ରଂଗ- ଭଗ୍ନାଂଶ ତୁମର
ସବୁ ରାଜନୀତିର ପୃଷ୍ଠଭୂମି ପ୍ରଶାସନର ଚାନଂକ
ତୁମର ବକ୍ର ବଂଧନୀରେ ବଂଧା କ୍ଷୁଧୂତ ଇଶ୍ଵର
ମହାମିଳନର ମୂକସାକ୍ଷୀ ତୁମର ଜନବାଦୀ ସଂସ୍କୃତି
ପରିବର୍ତନର ଆବାହକ ତୁମ ପ୍ରେରିତ ଚିଟାଉ
କେବଳ ଏକ ଶଦ- ତାପରେ ଆୟମାରଂଭ ମହାକାବ୍ୟର ।