Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhuti Bhusan Mohanty

Abstract Classics Others

4.7  

Bibhuti Bhusan Mohanty

Abstract Classics Others

ମାଟିଘର

ମାଟିଘର

1 min
421


ଏ ଘର ମୋର ସରଗପୁର

ଯାହାର କୋଳେ ବଢିଛି ମୁହିଁ

ତା ପରି ଜାଗାଟେ ନାହିଁ

ବଡ଼ ଭାଗ୍ୟବାନ ମୁହିଁ ।।


ନାନା ରକମର ଗଛରେ ଭର୍ତ୍ତି

ପୋଖରୀ ବାଡ଼ିପଛେ

ଯେଉଁଠି ଖେଳେ କେତେ ଯେ ମାଛ

କଇଁ ପଦୁଅଁ କେତେ ।।


ସବୁଜ ଧାନ ବିଲଟି ଆମ 

ପିଣ୍ଡାରୁ ଦିଶିଯାଏ

ଜାମୁ ପିଜୁଳି ଅମୃତଭଣ୍ଡା

କାଉ କୋଇଲି ଖାଏ ।।


ମାଟି କାନ୍ଥ ସହ ଚାଳ ଛପର

ସୁନ୍ଦର ମୋହର ଘର

ବର୍ଷା ଖରାର ତାତି ସହିକି

ସାଥୀ ହୋଇଛି ମୋର ।।


ଗୋବର ଲିପା ଚଟାଣେ ମୋର

ତାଳ ଚଟେଇରେ ବସି

ପଖାଳ କଂସା ଆଳୁ ପୋଡାକୁ

ସଭିଏଁ ଖାଉ ମିଶି ।।


ସାକ୍ଷୀ ରହିଛି ଏ ମାଟି କାନ୍ଥ

ଦେଖିଛି ସୁଖ ଦୁଃଖ

ଏ ମାଟି ଘରେ ବିତିଛି ଦିନ

ମୋର ଜୀବନ ଯାକ ।।


ଆଜି ଇଟା ସିମେଣ୍ଟ ଅଟ୍ଟାଳିକାରେ

ଏମିତି ଶାନ୍ତି କାହିଁ

ମୋ ବାଉଁଶ କୁଟା ମାଟି କାନ୍ଥଘରେ

ଖୁସିରେ ଅଛି ମୁହିଁ ।।



Rate this content
Log in