STORYMIRROR

SACHALA GURU

Abstract Classics Others

4  

SACHALA GURU

Abstract Classics Others

ମାଟିଘର

ମାଟିଘର

1 min
247

ପୂରୁବକାଳର ମାଟିର ଗୃହ ଯେ

   ଥିଲା ଆନନ୍ଦଦାୟକ 

ମାଟିଛାଟି ଘର କେଡ଼େ ମନୋହର 

   ଅପୂର୍ଵ ତାର ମହକ ||

ଗୋବର ମାଟିରେ ଘରଦ୍ୱାର ଲିପି 

   ଶୀତଳତା ଆଣିଥାଇ 

ତାହାର ଆରାମ ପାଇବକି ଆଉ 

   ସବୁତ ଗଲା ଉଭେଇ ||

ମାଟି ଘରଦ୍ୱାର ମାଟିହାଣ୍ଡି ଆଣେ

  ଶରୀର ପାଇଁ ସୁସ୍ଥତା 

ପ୍ରକୃତିରାଜିର ମହକରେ ସେତ 

  ମନକରେ ପୁଲକିତା ||

ଦରିଦ୍ର ଜନର ସେ ଘର ଅଟଇ 

   ଅତି ତାର ଆପଣାର 

ତାହାରି ଭିତରେ ସକଳ ସମୃଦ୍ଧି 

   ହୋଇଥାଏ ବାରମ୍ବାର ||

ଗ୍ରୀଷ୍ମ ଦିବସରେ ଉତ୍ତାପ କମାଏ 

   ଅଳ୍ପକେ କରେ ସନ୍ତୁଷ୍ଟ 

ବର୍ଷା ବାତ୍ୟା ପାଇଁ ବିପଦ ଅଟଇ 

   ଦିଅଇ ମନରେ କଷ୍ଟ ||

ଆଧୁନିକ ଯୁଗେ ପୁରାତନ ଭୁଲି 

   କରି ପ୍ରାସାଦ ମହଲ 

ପଙ୍ଖା କୁଲରର ଏସିର ଆଦର 

   ଭୋଗ କରି କଲବଲ ||


Rate this content
Log in

Similar oriya poem from Abstract