ମାଟି
ମାଟି
1 min
11.8K
ଚାଲୁଥିବି ଭୋକ ଲାଗିଲେ ଖାଇବାକୁ ଦେଉ
ଆମ୍ବ ପିଜୁଳି ସାପେଟା ଖଜୁରୀ ଶୋଷ ହେଲେ ନଈ ପୋଖରୀ ପାଣି
ନିଦରେ ସୋଇଯାଏ ତୋ ପଣତ କାନୀ ତଳେ
ତୋର ଦେହରୁ ମୋର ଶରୀର
ତୋର ଗନ୍ଧରୁ ମୋ ଜୀବନ
ତୋର ରୂପରୁ ମୋର ଦର୍ଶନ
ମତେ କଣ ପାଇଁ ତୁ ସାହା ହେଉଛୁ
ମୁଁ ଜାଣି ନାହିଁ, ଏତିକିରେ ବି ତୋ କାମ ସରେ ନାହିଁ
ତତେ ହାଣିଲେ, ଖୋଳିଲେ ତାଡିଲେ
ଅଳିଆ ଆବର୍ଜନା ଫିଙ୍ଗିଲେ ସବୁଥିରେ ହଁ
ତୋ ଦେହରେ ମୋର ଅଧିକାର ବୋଲି
ଏବେ ତୋର କଣ ହଉଚି ଯେ ତୁ ବେଳେ ଥରୁଛୁ
ତୋ ଭରସାରେ ବଞ୍ଚି ଥିବା ପ୍ରାଣୀଟି
ଡରି ଯାଉଚି କାଳେ ଅଘଟଣ ଘଟିବକି
ପୋଡାହେବ ମର ଶରୀର
ପିଣ୍ଡ ମିଶିଯିବ ତୋ ଠାରେ ମୁଠାଏ ପାଉଁଶ ।