STORYMIRROR

Sameer Kanhar

Abstract Children Stories Classics

3  

Sameer Kanhar

Abstract Children Stories Classics

ମାଟି

ମାଟି

1 min
454

ମାଟି ପରି ମାଟି ମା ଆମରି ସବୁ ଜିନିଷ ରଖିଛି ସାଇତି, ମାଁ'ର ଗରଭୁ ଜନମ ଲଭିଲେ ଆଦରି ନେଉ ମାଟିର ଛାତି ।


ଆମ ପାଇଁ ପାଣି ପବନ ଅଛି ଖାଦ୍ୟ ଶସ୍ୟ ପୁଣି ଧରିଛି ସେବଣ ଜଙ୍ଗଲ ଔଷଧ ରଖିଛି ଝୁଣା ହରିଡ଼ା ବାହାଡ଼ା ପରାସ ।


ମିଠା ମିଠା ଫଳ ମୂଳ ରଖିଛି ନଦୀ ଝରଣା ମିଠା ପାନୀୟ,ଖଣି ଖାଦାନରେ ଅମୂଲ୍ୟ ରତ୍ନ ଏ ମାଟିରେ ରହିଛି ଅତୁଳନୀୟ ।


ମାଟି ତିଆରି ଠାକୁରଙ୍କୁ ଆମେ ଭକତିରେ କରୁ ପୂଜନ କେତେ, ମାଟିରେ ନିମ୍ବ ଦାରୁରୁ ଜଗନ୍ନାଥ ମଙ୍ଗଳ କରନ୍ତି ସାରା ଜଗତେ।


ଫୁଲ ଗଛ ର ଫୁଲ ମହକେ ଏଠି ଯାହାକି ଦଣ୍ଡାୟମାନ ମାଟିରେ, ମାଟିରେ ତିଆରି ବଣ ପାହାଡ ଅମୂଲ୍ୟ ବିଧି ଆହା ସତରେ ।


ବିରାଟ ଦରିଆ ତରଙ୍ଗ ମେଲିଛି ଏହି ମାଟିରେ ମହା ଆନନ୍ଦରେ, କେତେ ତୀର୍ଥସ୍ଥାନ ବିରାଜିତ ସ ମୁକତି ମିଳେ ଦର୍ଶନ କରିବାର ।


ଜୀବନ ସାରା ଲୀଳା ଖେଳ ସାରୀ ଶେଷରେ ମାଟିରେ ଯାଉ ମିଶି, ମାଟିର ଗୁଣ ଏପ୍ରକାର ପରା ଯେ ଅଧମ ବଂଶୀ କଥା ବସି ।

                             



Rate this content
Log in

Similar oriya poem from Abstract