Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SACHALA GURU

Abstract Classics Inspirational

3.4  

SACHALA GURU

Abstract Classics Inspirational

ମାଟି

ମାଟି

1 min
242


ଋଷି ମୁନି ଦେଶ ଭାରତ ଯେ ବର୍ଷ

    ତୁହି ମୋ ପବିତ୍ର ମାଆ

ତୁହି ବୀର ଭୂମି ତୁହି ଦେବ ଭୂମି

   ସଭିଙ୍କୁ କରିଛୁ ସାହା ||

ତୋ ଦେହେ ଖଞ୍ଜିଛି କେତେ ବୃକ୍ଷ ଲତା                 

ଔଷଧୀୟ ଚେର ମୂଳି 

ମନ ସୁଖ ପାଇଁ ନଈ ପୋଖରୀରେ 

    ଭରି ଅଛୁ ମିଠା ପାଣି ||

ଜନମ କାଳରୁ ତୋ ଦେହେ ଆଘାତ 

    କେତେ ନ ଦେଇଛି ମୁଁହି

ନିଜ ପିଲା ବୋଲି ସବୁରି ଦୋଷକୁ 

    ସହି ଅଛୁ ମାଗୋ ତୁହି ||

ସଭିଙ୍କ ଉପରେ ସୁ ସ୍ନେହ ତୋହର

    ଦେଇଛୁ ସମାନେ ବାଣ୍ଟି

ମାଆ ପରି ତୋର ଅଳି ଅରଦଳି

    ସହିଛୁ ଅନେକ ମାଟି ||

ତୋହରି ଆଦର୍ଶ ଦେଇଛି ନିର୍ଦେଶ 

    ସଦା କରି ପରିଶ୍ରମ

ଶରୀର ସୁସ୍ଥତା ରହିବ ନିଶ୍ଚୟ 

    ହୁଏ ନାହିଁ ବ୍ୟତି କ୍ରମ ||

ତୋ ଦେହେ ଆଘାତ କେତେ ବୀର ପୁତ୍ର 

    ଦେଇଛନ୍ତି ତୋତେ ଯହିଁ

ତଥାପି ମା ଆ ଲୋ ସହନଶୀଳତା ତୁ 

     ଧର୍ଯ୍ୟ ମୟୀ ଅଟୁ ତୁହି ||

ତୋ ମାଟି ର ଫଳ ଦେଇଛି ଗୋ ବଳ 

    କିପରି ଭୁଲିବି ମୁଁହି

ଶକତି ଦେଇଛୁ ତୃପତି ଦେଇଛୁ 

    ସବୁତ ଦେଇଛୁ ତୁହି ||

ସ୍ଥାବର ଜଙ୍ଗମ କୀଟ ତରୁ ଲତା 

    ସବୁ ତ ତୋହରି କୋଳେ

ସର୍ବାଙ୍ଗ ମାଟିରେ ଭରି ରହି ଅଛି 

    ସୁନା ଖଣିଜ ତୋ ମୂଳେ ||



Rate this content
Log in

Similar oriya poem from Abstract