ମାଟି
ମାଟି
ମାଟି କହେ କୁମ୍ଭାରକୁ ଚକ୍ରେ ହାଣ୍ଡି ଗଢ l
ରହିଥିବା ଯଶକୀର୍ତ୍ତି ଦୁନିଆରୁ ବଡ଼ l
ପାଳ ସଂସାରକୁ ପ୍ରାଣ ପଣେ ହାଣ୍ଡି ଗଢ଼ି l
ଜଗତର କିରତୀ ଯେ ଯାଉଥିବ ବଢ଼ି l
ଅବହେଳା କର ନାହିଁ ମାଟି ଦେବତାକୁ l
ସୁନାର ମାଟିରେ ଗଢ ରଙ୍ଗେ କଳସକୁ l
ଯେତେ ଯେତେ କୁମ୍ଭ ହାଣ୍ଡି ଗଢ଼ି ଦେଉଥିବୁ l
ସଂସାର ଆଶା କର୍ମକୁ ମନେ ଅରଜିବୁ l
ମାଟିର କଳସେ କର ଦେବାଦେବୀ ପୂଜା l
ସଂସାର ପାଇଁ ଲଭିବ କୀର୍ତ୍ତି ମହଧ୍ୱଜା l
ହିତକୁମିଠାରେ ରଖ ଯଶେ ରହୁ କୀର୍ତ୍ତି l
ଜଗତରେ ପୁରିଥାଉ ତୋ ଜୀବନ ଜ୍ୟୋତି l
ଜଗତର ମହିମାକି ଜାଗରଣ କର l
ପୁରି ଥାଉ ସଂସାର ଦୁନିଆ ନିରନ୍ତର l
ଅଷ୍ଟ ଚକ୍ର ମଧ୍ୟରୁ ଚକ୍ରେକ ସୁରସେନ l
ସେହି ଚକ୍ରରୁ କୁମ୍ଭାର କଳସ ନିର୍ମାଣ l
ଭାଗ୍ୟରୁ ବିଧାତା କରୁଅଛି ମାଟି ସୃଷ୍ଟି l
ସୁରସେନ ଚକ୍ର ତଳେ ମନ ରହେ ଚିନ୍ତି l

