STORYMIRROR

ବଳରାମ ବାରିକ

Inspirational

3  

ବଳରାମ ବାରିକ

Inspirational

ମାଟି ପ୍ରେମ

ମାଟି ପ୍ରେମ

1 min
13.9K


ସୃଜନିର କଲମରେ ଧ୍ବଂସର ଜୟ ଗାଥା।

ମୁକ୍ତ ବିହଙ୍ଗକୁ ଦିଅ ନାହିଁ ପଞ୍ଜୁରୀର ଆଉ ବ୍ୟଥା ।

ଆଶାର ନଦୀକୁ ନଘେରୁ ନିରାଶାର ନଦୀ ବଢି।

ସ୍ଵର୍ନିମ ଓଡିଶାରୁ ନଜାନ୍ତୁ ମାତା ଲକ୍ଷ୍ମୀ ପାଦ କାଢି।।

ଗଙ୍ଗାରୁ ଗୋଦାବରୀ ଯାଏ ଯଶ କୀର୍ତ୍ତି ଥାଉ ରହି।

ନୀଚ୍ଚ ସ୍ୱାର୍ଥ ନ ଆସୁ ମନେ ,ଏକ ଆଉ ଅଭିନ୍ନତାର ବାର୍ତ୍ତା ଦିଅ ଜନ ମାନସେ କହି।

ବିଛିନ୍ନତାର ବୀଜ ବୁଣୁଥିବା ଶକ୍ତିକୁ ଦୂରୁ ହଟାଇବା ଭାଇ।

ଜାତିପ୍ରଥା ଛାଡି ,ଜାତୀୟତାର ବହ୍ନି ଜଳାଇବା ହୃଦେ ଆଜି।

ଭୁଲ୍ ବୁଝାମଣା ଭୁଲି ଏକତାର ମହାମନ୍ତ୍ର ଶିଖା ଦେବା ସବୁରି ମନରେ ତେଜି।

ନ କାନ୍ଦୁ ମଧୁ ବାବୁଙ୍କ ଆତ୍ମା ,ନ ମୋଉଳୁ ଗଙ୍ଗାଧର ମେହେରଙ୍କ ଅଖଣ୍ଡ ଓଡିଶା ଆଶା।

ଲୁହ ନଝରାଉ ମଧୁସୂଦନ ରାଓଙ୍କ ସ୍ୱତନ୍ତ୍ର ଓଡ଼ିଆ ଭାଷା।

ଜଗତ ଉଦ୍ଧାର ପାଇଁ ଭୀମଭୋଇ ନହୁଅନ୍ତୁ ଲୋକହସା।

କାପୁରୁଷତାରେ ଭରି ନ ଯାଉ ଆମ ଶରୀର।

ଲଜ୍ଜାରେ ମୁହଁ ତଳକୁ ନକରୁ ବକ୍ସି ଜଗବନ୍ଧୁ ,ସୁରେନ୍ଦ୍ର ସାଏ ଆଉ ଜୟୀ ରାଜଗୁରୁଙ୍କ କବର।

ଶିକ୍ଷିତ ହୋଇ ମୂର୍ଖ ସାଜିଛେ।

କର୍ତ୍ତବ୍ୟ ନକରି ହକ୍ ମାଗୁଛେ।।

କଟକି ସାଜିଛେ ,କୋଶଲି ସାଜିଛେ।

ପୂର୍ବରୁ ପଶ୍ଚିମ ..ମା'ର କାନିକୁ ଚିରିଛେ।

ରାଜନୀତିର ପସାପାଲିରେ ମୋହରା ହୋଇଛେ।

ହୃଦୟ ଛୋଟ ,ମିଛ ମାୟାରେ ଫସିଛେ।

✍ବଳରାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational