STORYMIRROR

Biswaranjan Mohanty

Abstract

3  

Biswaranjan Mohanty

Abstract

ମାଟି ପାତ୍ର

ମାଟି ପାତ୍ର

1 min
271

କୁମ୍ଭାର ଚକରେ ଖେଳୁଛି ଦୋଳିରେ 


    ମାଟି ପିଣ୍ଡୁଳାଟା ଦେଖ 


ଦେଇ କର ସ୍ପର୍ଶ କରିଲା ଆକର୍ଷ 


  ଦେଲା ତାକୁ ଅଗ୍ନି ସେକ  l 


ବୋଲେ ମାଟିହାଣ୍ଡି ଅଗ୍ନି ଥିଲା ଦଣ୍ଡି 


    ଭାଙ୍ଗିଲି ତା ଅହଂକାର 


ଅଗ୍ନି ଗଲା ଡରି ତାପ ଗଲା ମରି 


    ଦିଶିଲି ଭାରି  ସୁନ୍ଦର l 


ହେଲେ ମୁଁ ନଜାଣେ ରହିବି କେଉଁ ସ୍ଥାନେ 


      ରହିଛି ସେ ଦ୍ବନ୍ଦ ରେ 


  ଦେବାଳୟେ କି ଅବା ସ୍ମଶାନ ଘାଟେ 


      ରହିବି ବା ରୋଷ ଘରେ l 


       


Rate this content
Log in

Similar oriya poem from Abstract