STORYMIRROR

Sandhyarani dash

Inspirational

4  

Sandhyarani dash

Inspirational

ମାଟି ମାଆ

ମାଟି ମାଆ

1 min
331


ମାଟି ମାଆ କୋଳେ ଜନମ ଲଭିଛି

ତାହାରି କୋଳେ ମରିବି

ସୁକାର୍ଯ୍ୟ କରିବି ସୁନାମ ଅର୍ଜିବି

ସରଗ ସୁଖ ଲଭିବି।


ମାଟି ମାଆ ମୋର ଝଡ ଝଂଜା ସହି

ଆମକୁ ସ୍ନେହ ଦେଇଛି

ଫୁଲ ଫଳ ଭରା ଶରୀର ଅଜାଡ଼ି

ଛୋଟରୁ ବଡ କରିଛି


ତାର ପରିବେଶ ଦୂଷିତ ହୋଇଛି

ମାଆ ଯାଉ ଅଛି ଡରୀ

ତାର ପାଇଁ ଆମ ଜୀବନ ବଞ୍ଚିଛି

ପାଳି ପୋଷି ବଡ କରି।


ମାଆ ର ସୁରକ୍ଷା ଆମର କର୍ତ୍ତବ୍ୟ

କେବେ ହେଳା କରିବନି

ସୁଖ ଦେବା ତାକୁ ସୁଖରେ ବଞ୍ଚିବା

ଭବିଷ୍ୟତ ଡରିବା ନି।


ବିଶ୍ବର କରାତା ଦଇବ ବିଧାତା

ଦେବେ ସୁବୁଦ୍ଧି ସୁଜ୍ଞାନ

ସବୁରି ମନର ସଚେତନା ଭରି

ଉଭାଇ ମାଆ କଷଣ।



Rate this content
Log in

Similar oriya poem from Inspirational