Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Abstract Children Stories Classics

4  

Chikun Panda

Abstract Children Stories Classics

ମାଟି ଘର

ମାଟି ଘର

1 min
244


ଏଇ ମାଟି ଘର

ମୋ ପାଇଁ

ଶ୍ରୀମନ୍ଦିର।

ମୋ ମା ହାତ ରନ୍ଧା

ମୋ ପାଇଁ

ପୁରୀ ଅବଢ଼ା ।

ମୋ ବାପା ମା

ମୋ ପାଇଁ

ଚଳନ୍ତି ଦେବତା ।

ପାଦ ଛୁଇଁ ଦେଲେ

କଟିଯାଏ

ସବୁ ଦୁଃଖ ଦୁର୍ଦ୍ଦଶା ।

ଏଇ ମାଟି ଘରେ ଅଛି

ଯେତେ ସବୁ ସେନେହ ଶରଧା ।

ମାଟି ଘର ଦାଣ୍ଡ ଅଗଣା

ବୋଉ ହାତେ ଅଙ୍କା ଝୋଟି ଚିତା

ଦେଖିବାକୁ ଭାରି ମନ ଲୋଭା ।

ଏଇ ମାଟି ଘର କେତେ ଯେ,

ପୂର୍ବ ପୁରୁଷ ଙ୍କ ଏନ୍ତୁଡ଼ _ଶାଳ ।

ଏଇଠୁ ସୃଷ୍ଟ କେତେ ଯେ ବର ପୁତ୍ର

ଇତିହାସ ପୃଷ୍ଠାରେ ଲିପିବଦ୍ଧ ତାଙ୍କ ନାମ ।

ମାଟି ଘର କଥା ଯେବେ ମନେ ଆସେ 

ଲାଜେ ନଇଁ ଯାଏ ଆମ ମଥା

ସତେ କି ଆମେ ଓଳିଆ ରୁ ଗଜା ।

          * * *         


Rate this content
Log in

Similar oriya poem from Abstract