STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

ମାଟି ଘର

ମାଟି ଘର

1 min
245


ନୂଆଣିଆ ମାଟି ଚାଳିଆର ଘର ଆମର।

ଗୋବର,ବନମାଟିରେ ଲିପାପୋଛା ହୋଇଥାଏ ଘର ଦୁଆର।

ମାଟିକାନ୍ଥ,ମାଟିଆଟୁ,ମାଟି ଚୁଲି,ମାଟି ଦାଣ୍ଡ।

ସବୁଠି ମାଟିର ବାସ୍ନା ମାଟିର ମହକ।

ପହିଲି ବରଷାର ଛିଟା ପାଇ ମାଟିକାନ୍ଥ ମାରେ ଆଖିଠାର।

ମାଟି ଚୁଲିରେ କଇଁଆ ପୋଡ଼ାର ବାସନା ଖଣ୍ଡମଣ୍ଡଳ।

ଆମ ଘର ମୂଷା ଚୁଚୁନ୍ଦ୍ରାଙ୍କୁ ଗନ୍ତାଘର

ଦିନବେଳା ବି ଚଢି ଯିବେ ଯେମିତି ଘର ତାଙ୍କ ବୋପାର।

ଏକ ଫୁଟିଆ ଝରକାରୁ ଜହ୍ନ ଦେଖାଏ ଖେଳ ଛାଇ ଆଲୁଅର।

ସବୁ ବୁଧବାର ଗୋବର ଲିପା

ପୋଛା କର ଦୁଆର ମୁହଁ ।

ସଜବାଜ କରଝୋଟିମୁରୁଜ।

ମାଟି ଚଉରା ଘର ଆଗର

ସକାଳ,ସଞ୍ଜେ ମା ଦିଏ ଧୂପଦୀପ।

ବୃନ୍ଦାବତୀଙ୍କୁ ମୁଣ୍ଡିଆମାରି ଶୁଭ ମନାସେ।

ବନ୍ୟା ବାତ୍ୟାରୁ ତା ଘର ପରିବାର ରହୁ ସୁରକ୍ଷିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy