STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

# ମାଟି ଘର #

# ମାଟି ଘର #

1 min
400


ଜନମ ମୋହର ହୋଇଥିଲା ବନ୍ଧୁ 

   ଆମ ମାଟି ଘରେ ପରା

ସେହି ଘର ଥିଲା ସରଗର ପୁର

   ସ୍ନେହ ଶ୍ରଦ୍ଧାର ପସରା ।।


ଖେଳି ବୁଲି ବଡ ହୋଇଥିଲି ମୁହିଁ

   ମାଟି ଘର ଚାଳ ତଳେ

ବଡ ଆଦରରେ ପାଳିଥିଲେ ସବୁ

   ଆଦର ଯତନ ମେଳେ ।।


ପରସ୍ପର ପ୍ରେମ ରହିଥିଲା ସେଠି

   ଲାଗୁଥିଲା ଭାରି ଭଲ

ମାଆ ହାତରନ୍ଧା ଭାରି ସୁଆଦିଆ

   ସତେ କି ଅମୃତ ତୁଲ ।।


ମାଟି ଘର ଶାନ୍ତି ଇଟାଘରେ କାହିଁ

   ଆନ୍ତରିକତା ଠୁଁ  ଦୂର

ସବୁଥାଇ କିଆଁ ସୁଖ ମିଳେ ନାହିଁ 

   ଲାଗେନାହିଁ ଆପଣାର ।।


ମାଟି ଚୁଲି ଆଉ ମାଟିହାଣ୍ଡି ରନ୍ଧା

   ସାଙ୍ଗ ସାଥୀ ଧୂଳିଘର

ଭୁଲି ନାହିଁ ଜମା ପିଲା ଦିନ କଥା

   ସବୁ ଲାଗେ ଆଜି ପର ।।


ଚଉକା ପକାଇ କାନ୍ଥର ଚିତାରେ

   ମାଆ ଆଣୁଥିଲେ ଶୁଭ

ବିସ୍ମୃତି ହେଲାଣି ସେଇ ସବୁ ଦିନ

   ସଂସ୍କାର ସବୁ ନିଷ୍ପ୍ରଭ ।।


ବଦଳିଛି ଯୁଗ  ବଦଳିଛି ପାଗ

   ବଦଳି ଯାଇଛି ରୁଚି

ତଥାପି ଆଜି ମୁଁ ମାଟିଘର କଥା

   ହୃଦୟେ ରଖିଛି ସଞ୍ଚି ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational