STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ମାଟି-୨

ମାଟି-୨

1 min
112

ମାଟି ମାଆ ପାଇଁ କେତେ ଯେ ସଂଘର୍ଷ

କେତେ ରକ୍ତ ବହି ଯାଇଛି

କେତେ ଯେ ଜୀବନ ବଳିପଡିଛି ତା

ଇତିହାସ ମୁକ ସାକ୍ଷୀ


ମାଟି ପାଇଁ ମହାଭାରତ ଯୁଦ୍ଧ

ସର୍ବଂସହା ବସୁନ୍ଧଂରା

ବୀର ଭୋଗ୍ୟା ଏଇ ବସୁନ୍ଧଂରା ବୋଲି 

କୁହନ୍ତି ବିବୁଧେ ପରା


ମରତ ମାଟିକୁ ଅମର ବିବଶେ

ହୋଇ ଥାନ୍ତି ଆକର୍ଷିତ 

ଅବତାର ରୂପେ ଅବତରି ଧରା

କରନ୍ତି ଗୈାରବାନ୍ଵିତ


ଗନ୍ଧର୍ବ,ରାକ୍ଷସ,ଯକ୍ଷ, ପିଶାଚ

ବିଚରଣ କରୁଥାନ୍ତି

ବକ୍ଷରେ ତାହାର ବିତେ ସତେ କେତେ

ସପ୍ତ ରୁତୁ ଦିବା,ରାତି


ଗାଆଁ ମାଟି ଗାଆଁ ପୁଷ୍କରିଣୀ ନୀଳ

ଜଳେ ଏଠି ପଦ୍ମ ଫୁଟେ

ସଞ୍ଜ ଆସିଲେ ଶଶି ହସ ଧାରେ

କୁମୁଦିନୀ ବାସ ଛୁଟେ


ମାଟିରେ ଜନମ ମାଟି ଷଠିଘର

ଜଳିଛି ଇନ୍ତୁଡି ନିଆଁ

ଶମଶାନେ ଜଳି‌ ଯା ସଙ୍ଗେ ମିଶିବୁ

ସିଏ ମୋର ମାଟି ମାଆ

ମାଟିଘଟ ତୋର ମାଟିରେ ମିଶିବି

ଉଡିଯିବ ସୁନା ଶୁଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract