ମାତୃହରାର ବେଦନା
ମାତୃହରାର ବେଦନା
ଧଳା ବଉଦରେ ଭାସିଭାସି
ଯାଉ ଦୂର ବିଦେଶେ ।
କହିପାରିବୁ କି ମୋ ମାଆ
ରହୁଛି କେଉଁ ପ୍ରଦେଶେ ।
ନିତି ସଞ୍ଜ ହେଲେ ତାରକା
ଉହାଡେ ଖୋଜୁଛି ମୁହିଁ ।
ହେଲେ ସେ ଲୁଚିଛି ଯେତେ ମୁଁ
ଖୋଜିଲେ ପାଉ ତ ନାହିଁ ।
ନେଇ ଯା ନେଇ ଯା ମୋର ଏ
ଆତୁର ବେଦନା ଚିଠି ।
ତା ବିନୁ ଅବା ଦୁନିଆଁଟା
ଜମା ଭଲ ଲାଗୁନି ଏଠି ।
କହିବୁ ଧନ ତା ଘୁମୁରି
ଘୁମୁରି କେତେ କାନ୍ଦେ ।
ଆଖି ଲୁହ ଅବା ଆଖିରେ ଚପାଇ
ମିଛ ହସ ହସେ ଜଗତ ଫାନ୍ଦେ ।
