STORYMIRROR

Nrusingha Panigrahi

Abstract

4  

Nrusingha Panigrahi

Abstract

ମାତୃଭୂମି

ମାତୃଭୂମି

1 min
23.6K

ଅନ୍ତରାଳେ ମୋର ମାଟିର ମମତା

   ସହଚରେ ଜନ୍ମଭୂମି

ଆକିଞ୍ଚନ ମୁହିଁ କି କଥା କହିବି

  ତା' ବକ୍ଷରେ ଜୀବନ ଧରି


ସମୁଦ୍ରକୁ ଶଙ୍ଖେ ମୋ ଜୀବନ ତା ପାଇଁ

  ତଥାପି ପଛକୁ ଫେରିବି ନାହିଁ

ଜୀବନ ଯାଉ ପଛେ ମୋ ମାଟି ରହୁଥାଉ

     ଜଗତ ଉଦ୍ଧାର ପାଇଁ


 ମାଆ ର ମମତା ଆଉ ବାପାର ଆଦର

    ଦେଇଥାଉ ସବୁବେଳେ

 ଜନ୍ମଭୂମି ନାମ୍ନୀ  ଜଣେ ମହିୟସୀ ତୁହିଁ

    କୋମଳ ସୁନ୍ଦର ମିଳେ


ହିମାଳୟ ତାର ମସ୍ତକରେ ରହେ ଆଉ

   ଗଙ୍ଗା ରୁହେ ହୃଦୟରେ

ମାତୃଭୂମି ମାତୃଭାଷାରେ ମମତା ଯାହା

    ଅନ୍ତରରେ ଆମ ରୁହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract