Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

ମାତୃଭାଷା

ମାତୃଭାଷା

1 min
195



ଉଚ୍ଚ ପଦପଦବୀରେ ଆଜି ହୋଇ ତୁମ୍ଭେ ଅଧିସୀନ

ଆପଣା ମାତୃଭାଷାକୁ କର କାହିଁ ପାଇଁ ହୀନିମାନ


ଓଡ଼ିଆ କହିବା - ଲେଖିବା ତୁମ ପାଇଁ ଲଜ୍ଜାର କାରଣ

ଅନ୍ୟ ଭାଷା ଶୁଆ ପରି ରଟିବା ତୁମ୍ଭ ପ୍ରତିଷ୍ଠା ନିଶାଣ।


ଘରଦିଅଁ ତ୍ଯଜି ପରଦିଅଁ ଆରାଧନା ତୁମ ବଡପଣ

ଆନର ହୋଇ ଗୋଡାଣିଆ କିଆଁ ଭୁଲ ନିଜ ସ୍ବାଭିମାନ ।


ମାତୃଭାଷା କେବେ ନୁହଁଇ ବାଧକ ବ୍ଯକ୍ତିତ୍ବ ବିକାଶ ଲାଗି

ମାତୃଭାଷାର ଉଚିତ୍ ଆଦର ସମ୍ମାନେ ଜାତି ଲଭଇ ସମୃଦ୍ଧି।


କୁହ କେଉଁ ଜାତି ରହିଅଛି ଏଇ ଧରାଧାମରେ ତିଷ୍ଠି

ଆପଣାର ମାତୃଭାଷାକୁ ଦେଇ ଭୂତଳେ ସମାଧି ।


ଜାଣିନାହିଁ କି ତୁମ୍ଭେ ମାତୃଭାଷା ପ୍ରତି ନବଢ଼ିଲେ ପ୍ରୀତି

ନାଶଯିବ ନିଶ୍ଚେ ଦିନେ ଏହି ମହାନ ଦୁର୍ଜେୟ ଜାତି।


ଜାତିର ପରିଚୟ ବିହୁନେ ବ୍ଯକ୍ତି ସତ୍ତା ସନ୍ଦିହାନ

ବେଳ ଥାଉଁ ଥାଉଁ ହୁଅ ସଭିଏଁ ଜାଗ୍ରତ ସାବଧାନ।


ଆକୁଣ୍ଠ ଚିତ୍ତରେ ଆପଣା ମାତୃଭାଷାରେ ଜନ୍ମାଅ ମମତା

ତହିଁରେ ହିଁ ବଜାୟ ରହି ପାରିବ ମାତୃଭୂମିର ଅଖଣ୍ଡତା।


ବୋଲ ମୁକ୍ତକଣ୍ଠରେ ମାତୃଭୂମି - ମାତୃଭାଷାର ଜୟ

ସକଳ ହୀନମନ୍ୟତା ପରମୁଖାପେକ୍ଷିତାର ହେଉ କ୍ଷୟ।


Rate this content
Log in

Similar oriya poem from Abstract