STORYMIRROR

Chittaranjan Nanda

Classics Others

3.0  

Chittaranjan Nanda

Classics Others

ମାତୃଭାଷା ଦିବସ ରୂପେ କରିବା ପାଳନ

ମାତୃଭାଷା ଦିବସ ରୂପେ କରିବା ପାଳନ

1 min
318



ହେ ଗଙ୍ଗାଧର, ସମ୍ବଲପୁରର ବରପାଲିରେ 

ଜନମ ନେଇ

ମାତୃଭାଷା ଓଡିଆ ଭାଷା ସମୃଦ୍ଧିରେ ଜୀବନ 

ଦେଲ ବିତାଇ  


ଲେଖନୀର ଧାରେ ଦେଲ ଚେତନାର ପରିଭାଷା 

ଭାଷା ସୁରକ୍ଷା ପାଇଁ 

କେତେ ବୀରପୁତ୍ର ନିଜକୁ ସମର୍ପିତ କରି ଦେଲେ 

ତମ ପଥେ ପଥିକ ହୋଇ  ।


ତୁମେ କହିଥିଲ ମାତୃଭାଷାର ମମତା ଯାହାର

ହୃଦୟରେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା, ତେବେ ଅଜ୍ଞାନୀ

ରହିବେ କାହିଁ ।


ଦରିଦ୍ରର ପରିବାରେ ଜନମିଲ, କିନ୍ତୁ କର୍ତ୍ତବ୍ୟ ପାଳନେ

କବି ମଧ୍ଯେ ସମ୍ରାଟ ହେଲ

ତମ ସାହିତ୍ୟ ସାଧନା ବଳରେ ଓଡିଆ ଭାଷାର କୀର୍ତ୍ତିର ଧ୍ୱଜାକୁ ବଜାୟ ରଖିଲ ।


ହେ ସ୍ବଭାବ କବି ତୁମ ତପସ୍ବିନୀ, କୀଚକ ବଧ, ପ୍ରଣୟ 

ବଲ୍ଲରୀ, ଇନ୍ଦୁମତୀ, ଅହଲ୍ଯାସ୍ତବ

ଓଡିଆ ଭାଷାର ଗନ୍ତାଘରକୁ କରିଛି ଉନ୍ନତ ଓ ବଳିଷ୍ଠ, 

ଯୁଗ ଯୁଗ ଧରି ଓଡିଆର ମନେ ରହିବ ।


ମୁଁ ଓଡିଆ, ଗଙ୍ଗାଧର ମେହେରଙ୍କ ପଵିତ୍ର ଜନ୍ମ ଦିବସେ

ତାଙ୍କୁ କରଇ ସ୍ମରଣ

ଏପରି ସାହିତ୍ୟ ସାଧକଙ୍କ ଜନ୍ମତିଥିକୁ ମାତୃଭାଷା ଦିବସ 

ରୂପେ ଆମେ କରିବା ସଭିଏଁ ପାଳନ ।



Rate this content
Log in

Similar oriya poem from Classics