ମାତୃଭାଷା ଦିବସ ଅନୁଚିନ୍ତା
ମାତୃଭାଷା ଦିବସ ଅନୁଚିନ୍ତା
ଉତ୍କର୍ଷ କଳାର ଉତ୍କଳ ଦେଶ ଏବେ ଓଡ଼ିଶା
ଓଡ଼ିଆ ଆମର ବଢ଼ିଆ ଶାସ୍ତ୍ରୀୟ ମାତୃଭାଷା l
ଆମ ପୁଣ୍ୟଭୂମି ଉତ୍କଳ ନେତା ଶ୍ରୀଜଗନ୍ନାଥ
ନୀଳଚକ୍ର ନେତ ଗରବେ ଗାଏ ଆମରି ଗୀତ l
ଆମ ଭାଷା ଅତି ମହାନ ଆଜି ବିଶ୍ବେ ବଖାଣ
ଜଗତ ଉଦ୍ଧର ପଛେ ମୋ ନର୍କେ ପଡୁ଼ ଜୀବନ l
ଆମ ଭାଷା ପୁଣି ଅଟଇ ମହାଭାରତେ ଖ୍ୟାତ
ଆମ ଭାନୁମତୀ ବରିଲେ ରାଜା କୁରୁ ସମ୍ରାଟ l
ଆମ ଶ୍ରୀଶାରଳା ରଚିଲେ ଯେଉଁ ଭାରତ ଗ୍ରନ୍ଥ
ପ୍ରାନ୍ତୀୟ ଭାଷାରେ ସଙ୍ଗତେ ତାର କିଏ ସମର୍ଥ l
ଜଗନ୍ନାଥ ଦାସ ଉତ୍କଳ ବ୍ୟାସ ବଳି ବାଲ୍ମୀକୀ
ଭାଗବତ,ରାମାୟଣରେ ଗଲେ କିରତୀ ରଖି l
କବି କୁଳ କଞ୍ଜ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ
ଦେବଭାଷା ସଂସ୍କୃତସଙ୍ଗେ ତାଙ୍କ କୃତି ତୁଳିତ l
ଦୀନକୃଷ୍ଣ,ଗୋପାଳ କୃଷ୍ଣ,ରଥେ ଶ୍ରୀବଳଦେବ
ପଞ୍ଚସଖା ଅଭିମନ୍ୟୁଙ୍କ ସଙ୍ଗେ କେ ସରି ହେବ l
ଗୋପବନ୍ଧୁ, ବାଞ୍ଛାନିଧି ଓ ପୁଣି ବୀର କିଶୋର l
ଓଜସ୍ୱିନୀ ଦେଶପ୍ରେମର ବାଣୀ କଲେ ପ୍ରଚାର l
ରାଧାନାଥ ଆଉ ଫକୀର କବି ମଧୁ ସୂଦନ
ଏକୁଏକ ନାମ କହିଲେ ହେବ ଏକ ପୁରାଣ l
ଫକୀର କହନ୍ତି ମୋ ମାତୃଭାଷା ମତେଟି ବଡ଼
ସମ୍ମାନ ସବୁରି ଭାଷାକୁ କେହି ନୁହେଁଟି ଜଡ଼ l
ରଙ୍ଗାଜୀବ ଆମ ଶ୍ରୀ ଗଙ୍ଗାଧର ଅଛନ୍ତି କହି
ମାତୃଭୂମି ମାତୃଭାଷାର ପ୍ରେମ ଯା ହୃଦେନାହିଁ l
ଏକଥା ନିଶ୍ଚୟ ସେ ନର ହୁଏ ଅଜ୍ଞାନେ ଗଣା
ଏଣୁ ମାତୃଭାଷା ଉନ୍ନତି କଳ୍ପେ ସାଧ ସାଧନା l
